ପିଲା ଚୋର ଭାବି ନିର୍ଧୂମ ପିଟିଲେ

ବ୍ରହ୍ମପୁର: ରାୟଗଡ଼ାରୁ ଗଞ୍ଜାମକୁ ବ୍ୟାପିଲା ପିଲା ଚୋରି ଗୁଜବ। ପିଲା ଚୋରି ସନ୍ଦେହରେ ୭ ଅଣ ଓଡ଼ିଆ ଯୁବକଙ୍କୁ ନିର୍ଧୂମ୍‌ ପିଟିଲେ ଲୋକେ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ନୂଆବଜାର ଥାନା ଗେଟ୍ ବଜାର ଅଞ୍ଚଳରେ ତାମିଲନାଡୁର ୭ ଜଣ ଯୁବକ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିଲେ। ତେବେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ସ୍ଥାନୀୟ ଲୋକେ ଅଟକ ରଖି ପଚରାଉଚରା କରିଥିଲେ।

ହେଲେ ଓଡ଼ିଆ ଭାଷା ଜାଣିନଥିବାରୁ ସେମାନେ କିଛି ଉତ୍ତର ଦେଇ ପାରି ନ ଥିଲେ। ଫଳରେ ଲୋକେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ନିସ୍ତୁକ ପିଟିଥିଲେ।

ଖବର ପାଇଁ ଗେଟ୍ ବଜାର ପୋଲିସ ଯୁବକମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରେ ପୋଲିସ ସେମାନଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା।

You might also like