ଓମ୍ଫେଡ୍ ଜରି, ପ୍ଲାଷ୍ଟିକ୍ ପାଣି ବୋତଲ ଫେରାଇଲେ ମିଳିବ ଟଙ୍କା
ଭୁବନେଶ୍ୱର: ଏଣିକି ଓମ୍ଫେଡ୍ ଜରି, ପ୍ଲାଷ୍ଟିକ୍ ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ। ଏଜେଣ୍ଟଙ୍କ ମାଧ୍ୟମରେ ଜରି ଓ ବୋତଲ ସଂଗ୍ରହ କରାଯିବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଥିପାଇଁ ବିଭିନ୍ନ ସଂଗ୍ରହ କେନ୍ଦ୍ର ସୃଷ୍ଟି କରିବା ସହ ପାଣି ପାଉଚ୍ ବନ୍ଦ ପାଇଁ ଅାଲୋଚନା ହୋଇଥିବା ଜଣାପଡ଼ିଛି।
ଅଗଷ୍ଟ ଶେଷ ସୁଦ୍ଧା ସର୍ବସାଧାରଣରେ ଏନେଇ ସୂଚନା ଦିଆଯିବ। ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଆଜି ସଚିବାଳୟରେ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସେପ୍ଟେମ୍ବର ୧୫ ସୁଦ୍ଧା ପ୍ଲାଷ୍ଟିକ୍ ନିଷେଧ ନିୟମ ଆସିବ ବୋଲି ଜଣାପଡ଼ିଛି। ଦୁଇ ସପ୍ତାହ ମଧ୍ୟରେ ନିୟମ ରୂପାୟନ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।