ଢେଙ୍କାନାଳ କଲେକ୍ଟୋରେଟରେ କୌତୁହଳପ୍ରଦ ଘଟଣା

ଅଫିସରଙ୍କୁ ତାଲା ମାରି ପିଅନ ଛୁ

ଢେଙ୍କାନାଳ  : ଅଫିସରଙ୍କୁ ତାଲା ମାରି ପିଅନ ଛୁ। ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଅାଜି ଏହି କୌତୁହଳପ୍ରଦ ଘଟଣା ଘଟିଛି। ନିଜ କାର୍ଯ୍ୟାଳୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ କାମ କରୁଥିଲେ। ତେବେ ବନ୍ଦ ପାଳନ ଯୋଗୁଁ କେହି ନଥିବେ ଭାବି ପିଅନ ତାଲା ପକାଇ ଦେଇଥିଲେ।

ଏକଥା ଜଣେ ସାମ୍ବାଦିକଙ୍କୁ ଫୋନ କରି ଜଣାଇଥିଲେ କ୍ରୀଡ଼ା ଅଧିକାରୀ। ପ୍ରାୟ ୧ ଘଣ୍ଟା ପରେ ଖବର ପାଇ ତାଲା ଖୋଲିଥିଲେ କର୍ମଚାରୀ।

You might also like