• translate
Odishatv Bureau

ନୂଆଦିଲ୍ଲୀ: ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତେବେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସବୁବେଳେ ସ୍ୱପ୍ନ ଦେଖୁଥିଲେ। ମାତ୍ର ୧୫ ବର୍ଷ ବୟସରେ ସଫଳତାର ସିଡ଼ି ଚଢ଼ିବାକୁ ସେ ଉଦ୍ୟମ ଆରମ୍ଭ କରିଥିଲେ। ବଡ଼ଭାଇଙ୍କ ସହ ମିଶି ସାଇକେଲରେ ବୁଲି ବୁଲି ପେନ୍ ବିକ୍ରି କରି ବ୍ୟବସାୟ ଜୀବନ ଆରମ୍ଭ କରିଥିଲେ। ତା’ ପରେ କେବୁଲ କମ୍ୟୁନିକେସନ୍ ବ୍ୟବସାୟରେ ପଶିଲେ। ଆଉ ଏବେ ସୁ-କାମ(ସୋଲାର ଇନୋଭଟର) ପାୱାର କମ୍ୟୁନିକେସନର ଏମ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି। ମେକଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଜଣେ ସଫଳ ଉଦ୍ୟୋଗପତି ଭାବେ ବୋଧହୁଏ ସେ ହେଉଛନ୍ତି ସବୁଠାରୁ ବଡ଼ ଓ ସର୍ବୋତ୍କୃଷ୍ଟ ଉଦାହରଣ। ସେ ହେଉଛନ୍ତି କୁଅଁର ସଚଦେବ।

ଅନେକ ବାଧା, ବିଘ୍ନ ସେତ୍ୱେ ସେ ନିଜ ପଥରେ ଅଗ୍ରସର ହୋଇଛନ୍ତି। ସୁ-କାମ ସଂସ୍ଥାର ପରିଚାଳନା ପାଇଁ ୧୯୯୮ରେ ସେ ନୂଆଦିଲ୍ଳୀରେ କାମ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଏକ ଚ୍ୟାଲେଞ୍ଜ ଭାବେ ସେ ନିଜ ପ୍ରତିଷ୍ଠିତ କେବୁଲ ବ୍ୟବସାୟକୁ ବନ୍ଦ କରିଦେଇଥିଲେ।

ତ୍ୱରିତ ଭାବେ ବିକଶିତ ହେଉଥିବା ଦେଶର ୫ଶହ କମ୍ପାନୀ ଭିତରେ ଆଜି ନିଜ ନାଁକୁ ସ୍ଥାନୀତ କରିପାରିଛି ସୁ-କାମ । ଯାହାର ସଫଳତା ପାଇଁ କୁଅଁରଙ୍କର ରହିଛି ଯଥେଷ୍ଟ ଅବଦାନ। ସେଥିପାଇଁ ଜଣେ ସଫଳ ଉଦ୍ୟୋଗପତି ଭାବେ ତାଙ୍କୁ ମିଳିଛି ସ୍ୱତନ୍ତ୍ର ପରିଚୟ।

Other Stories