ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା

ଭୁବନେଶ୍ୱର: ବିଜେପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ପ୍ରଦାନ କରିଛନ୍ତି।

ପ୍ରସାଦଙ୍କ ଇସ୍ତଫା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ଗତକାଲି ଅପରାହ୍ନରୁ ସୋସିଆଲ୍ ମିଡିଆରେ ଖବର ପ୍ରଚାରିତ ହେଉଛି। ପ୍ରସାଦ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଥିବା କୁହାଯାଉଛି।

ତେବେ ଏ ନେଇ ପ୍ରସାଦ ହରିଚନ୍ଦନଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଆହୁରି ପଢ଼ନ୍ତୁ

You might also like