କଂଗ୍ରେସର ଜିଲ୍ଲାଓ୍ୱାରି କର୍ମୀ ସମ୍ମିଳନୀ ଶେଷ: ରାହୁଲଙ୍କୁ ଭେଟିବ ଟିମ୍ ନିରଞ୍ଜନ

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ନେତୃତ୍ୱ ନେବା ପରେ ରାଜ୍ୟରେ ଆଗ୍ରେସିଭ୍‌ ମୋଡ୍‌ରେ ରାଜ୍ୟ କଂଗ୍ରେସ। ଦଳର ସାଂଗଠନିକ ସ୍ଥିତି ମଜଭୁତ କରିବା ନେଇ ରାଜ୍ୟବ୍ୟାପୀ ଚାଲିଥିବା କର୍ମୀ ସମ୍ମିଳନୀ ଆଜି ଅନୁଗୁଳରେ ଶେଷ ହୋଇଛି। କାଲି ଦିଲ୍ଲୀରେ ରାହୁଲଙ୍କୁ ଭେଟିବ ଟିମ୍ ନିରଞ୍ଜନ ଏହି ବୈଠକରେ ପିସିସିର ନୂଆ କର୍ମକର୍ତ୍ତା ତାଲିକାରେ ମୋହର ବାଜିବା ସମ୍ଭାବନା ରହିଛି।

ପିସିସିରେ ହେବ ଅମୂଳଚୂଳ ପରିବର୍ତ୍ତନ। ଯେଭଳି ଭାବେ ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ଅନ୍ୟ ପଦାଧିକାରୀଙ୍କ ପରିବର୍ତ୍ତନ ହୋଇଥିଲା, ଠିକ୍ ସେଇ ଢାଞ୍ଚାରେ ବଦଳିବ ୩୩ଟି ସାଂଗଠନିକ ଜିଲ୍ଲାର ରୂପରେଖ। ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ନ୍ୟାୟରେ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ପଦ ଛାଡ଼ି ସାରିଛନ୍ତି। ସେ ଦୃଷ୍ଟିରୁ ବିଧାୟକ ନବକିଶୋର ଦାସ, ଜାକବ ପ୍ରଧାନ ଓ ଦେବେନ୍ଦ୍ର ଶର୍ମାଙ୍କୁ ଜିଲ୍ଲା ସଭାପତି ପଦ ଛାଡିବାକୁ ପଡିବ। ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କୁ ମଧ୍ୟ ପରିବର୍ତ୍ତନ କରାଯିବ।

୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧାରେ ସୁରେଶ କୁମାର ରାଉତରାୟ, କଟକ ସିଟିର ମହମ୍ମଦ ମୁକ୍କିମ, କୋରାପୁଟର ମୀନାକ୍ଷି ବାହିନୀପତି ଓ ଢେଙ୍କାନାଳର ନବୀନ ଚନ୍ଦ୍ର ନାରାୟଣ ଦାସଙ୍କୁ ପରିବର୍ତ୍ତନ କରାଯାଇ ନ ପାରେ। କାରଣ ଯେଉଁମାନେ ନିର୍ବାଚନରେ ଲଢ଼ିବାର ସମ୍ଭାବନା ନାହିଁ, ସେମାନଙ୍କୁ ହିଁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯିବ ବୋଲି ପୂର୍ବରୁ ପିସିସି ସଭାପତି କହିଥିଲେ। ତେଣୁ ଏମାନଙ୍କ ପଦ ବଜାୟ ରଖିବା ସମ୍ଭାବନା ଅଧିକ ରହିଛି। ଅନ୍ୟପଟେ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଯୁବନେତା ମାନସ ଚୌଧୁରୀ ଓ ପୁରୀ ଜିଲ୍ଲା ସଭାପତି ଭାବେ ସତ୍ୟବ୍ରତ ପାତ୍ରଙ୍କୁ ଦାୟିତ୍ୱ ମିଳିପାରେ। କାଲି ରାହୁଲଙ୍କ ସହ ବୈଠକରେ ନୂଆ ପିସିସି ଟିମ୍‌ରେ ମୋହର ବାଜିବା ସମ୍ଭାବନା ରହିଛି।

ନିରଞ୍ଜନ ରାଜ୍ୟ ମୁଖିଆ ପଦ ସମ୍ଭାଳିବା ପରେ ତାଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ  ନୂଆ ଟିମ୍ ରାହୁଲଙ୍କୁ  ସାକ୍ଷାତ କରିବ। ରାଜ୍ୟର ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ଲାଗି ଗଲା ଦେଢ଼ମାସ ହେଲା କେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେନେଇ ରାହୁଲଙ୍କୁ ଅବଗତ କରିବ ଟିମ। ଏଥିସହିତ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ନେତା କିଭଳି କାମ କରିବେ ସେ ନେଇ ରାହୁଲ ଟିପ୍‌ସ ଦେବେ ବୋଲି ସୂଚନା ମିଳିଛି।

ରାଜ୍ୟରେ ସାଂଗଠନିକ ନବକଳେବର ପରି ରାଜ୍ୟ କଂଗ୍ରେସ ମୁଖ୍ୟାଳୟର ବି ନବୀକରଣ ଚାଲିଛି। କଂଗ୍ରେସ ଭବନକୁ ନୂଆ ଲୁକ୍ ଦେବା ପାଇଁ ଅନେକ ପରିବର୍ତ୍ତନ କରାଯାଉଛି। ତେବେ ଏ ନୂଆ ଉତ୍ସାହ ୨୦୧୯ରେ ଦଳକୁ କେତେ ସଫଳତା ଆଣିଦେଉଛି ତାହା ଦେଖିବା ବାକି ରହିଲା।

ଆହୁରି ପଢ଼ନ୍ତୁ

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

You might also like