ଆସିଲା ପତଞ୍ଜଳି ସିମ୍‌ : 144 ଟଙ୍କାରେ ୨ଜିବି ଡାଟା ସହ ବୀମା

ନୂଆଦିଲ୍ଲୀ : ଟେଲିକମ୍‌ ଦୁନିଆକୁ ଓହ୍ଲାଇଲା ବାବା ରାମ ଦେବଙ୍କ ପତଞ୍ଜଳି ସଂସ୍ଥା। ରିଲାଏଲ୍ସ ଜିଓର ଧମାକା ଅଫର ପରେ ଏବେ ଟେଲିକମ୍‌ ସେକ୍ଟରରେ ଏହି ସ୍ୱଦେଶୀ କଂପାନୀ ପ୍ରବେଶ କରିଛି। ବାବା ରାମଦେବ ଏକ ଉତ୍ସବରେ ପତଞ୍ଜଳି ସିମ୍‌ କାର୍ଡ ଲଞ୍ଚ କରିଛନ୍ତି।

ସୂଚନା ଅନୁସାରେ, ଏହି ସିମ୍‌ର ‘ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡ’ ନାଁ ଦିଆଯାଇଛି। ଆଉ ଏହାକୁ ପତଞ୍ଜଳି ଓ ଭାରତ ସଞ୍ଚାର  ନିଗମ ଲିମିଟେଡ୍‌(BSNL) ଉଭୟ ମିଶି  ଲଞ୍ଚ କରିଛନ୍ତି। ପତଞ୍ଜଳି ସିମ୍‌ରେ ଗ୍ରାହକଙ୍କୁ ୧୪୪ଟଙ୍କାର ରିଚାର୍ଜ କଲେ ୨ଜିବି ଡାଟା ଓ ଅସୀମିତ  କଲିଂର ସୁବିଧା ମିଳିବ। ଆଉ ପ୍ରମୁଖ କଥା ହେଲା ଏହି ସିମ୍‌ ମାଧ୍ୟମରେ  ପତଞ୍ଜଳି ପ୍ରଡ଼କ୍ଟ ଉପରେ ୧୦ପ୍ରତିଶତ ଡିସ୍କାଉଣ୍ଟ ମଧ୍ୟ ଦିଆଯିବ। ପତଞ୍ଜଳିର ଏହି ଆକର୍ଷଣୀୟ ଓ ମନଲୋଭା ଅଫରକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

ପତଞ୍ଜଳି ସିମ୍‌ରୁ କଣ ଫାଇଦା ମିଳିବ ?

ଆରମ୍ଭରେ ଏହି ସିମ୍‌ କେବଳ ପତଞ୍ଜଳି କର୍ମଚାରୀମାନଙ୍କୁ ଦିଆଯିବ। କିଛି ସମୟ ପରେ ଏହା ଅନ୍ୟ ଗ୍ରାହକମାନଙ୍କ ପାଇଁ ଲଂଚ ହେବ। ଏହି ସିମ୍‌ରେ ୧୪୪ଟଙ୍କାର ରିଚାର୍ଜ କଲେ ଅସୀମିତ କଲିଂର ସୁବିଧା ମିଳିବ। ଏହା ସହ ୨ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ଉପଲବ୍ଧ ହେବ। ଆଉ ମଧ୍ୟ ଏହି ସିମ୍‌କୁ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୨.୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଓ ୫ଲକ୍ଷ ଟଙ୍କା ଯାଏ ଜୀବନ ବୀମା ମଧ୍ୟ ଦିଆଯିବ।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like