ପାର୍ସଲ ବୋମା ବିସ୍ଫୋରଣ ମାମଲା : ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି କହିଲେ କ୍ରାଇମ୍ବ୍ରାଞ୍ଚ ଏସ୍ପି
ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ପୁରା ତଦନ୍ତ ପୋଲିସ କରୁଛି। କ୍ରାଇମବ୍ରାଞ୍ଚ କେବଳ ସାଇବର୍ ସମ୍ବନ୍ଧୀୟ ସହଯୋଗ କରୁଛି। କ୍ରାଇମ୍ବ୍ରାଞ୍ଚ ଏସ୍ପି ରାଧାବିନୋଦ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ଏହି ଘଟଣାରେ ଗୁରୁତର ହୋଇ କଟକ ଏସ୍ସିବିରେ ଚିକିତ୍ସିତ ହେଉଥିବା ରୀମାରାଣୀ ସାହୁ ଗତକାଲି ଏକ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ନ୍ୟାୟ ପାଇଁ ନିବେଦନ କରିଥିଲେ। ଘଟଣାର ପ୍ରାୟ ମାସେ ହୋଇଯାଇଥିଲେ ହେଁ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ କିଛି ସୁରାକ୍ ପାଇନାହିଁ।
ପାର୍ସଲ ଆସିଥିବା ରାୟପୁର ଏବଂ ଅନ୍ୟ ସ୍ଥାନକୁ ତଦନ୍ତ କରିଥିଲେ ମଧ୍ୟ ପୋଲିସକୁ ଏ ପର୍ଯ୍ୟନ୍ତ ସଫଳ ମିଳିନାହିଁ। ଗତ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରୀମାଙ୍କ ସ୍ୱାମୀ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ।