• translate
Odishatv Bureau

ପାଟଣାଗଡ଼ : ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା। ବର୍ଷକ ତଳୁ ବର ସୌମ୍ୟଶେଖରଙ୍କ ପାଖକୁ ଆସିଥିଲା ହତ୍ୟା ଧମକ। ବିବାହ ଠିକ୍ ହୋଇଥିବା ଯୁବତୀ ରୀମାଙ୍କୁ ବାହା ହେଲେ ଫଳାଫଳ ଭୟାନକ ହେବ ବୋଲି ଫୋନରେ କେହି ଅଜଣା ବ୍ୟକ୍ତି ସୌମ୍ୟ ଶେଖରକୁ ଧମକ ଦେଇଥିଲେ।

ପୋଲିସର ଖୋଳତାଡ଼ ବେଳେ ତାଙ୍କ ସଂପର୍କୀୟ ଭଣଜା ପପୁ ଏହି ସୂଚନା ଦେଇଛି। ଗତକାଲି ରାତିରେ ପୋଲିସ ପପୁଙ୍କୁ ଘଟଣା ସଂପର୍କରେ ପଚରା ଉଚରା କରିଥିଲା। ବାହାଘରର ବର୍ଷକୁ ଆଗରୁ ସୌମ୍ୟଶେଖରଙ୍କ ସହ ରୀମାଙ୍କ ନିର୍ବନ୍ଧ ହୋଇଥିଲା। ଫୋନ କଲ୍‌ଟି ଓଡ଼ିଆ ଉପକୂଳିଆ ଭାଷାରେ ଥିବା ସୌମ୍ୟଶେଖରଙ୍କ ବାପା ଓଟିଭିକୁ କହିଛନ୍ତି, ଗତ ୧୮ ତାରିଖରେ ସୌମ୍ୟଶେଖରଙ୍କ ସହ ରୀମାଙ୍କ ବିବାହ ହୋଇଥିଲା, ତେବେ ୨୩ ତାରିଖ ଦିନ ଗିଫ୍ଟ ବାକ୍ସ ଖୋଲୁ ଖୋଲୁ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ରୀମା ଗୁରୁତର ଆହତ ହୋଇଛନ୍ତି।

Other Stories