ପାର୍ସଲବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ୍ ମେହେରର ଜାମିନ ଆବେଦନ ଖାରଜ

ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାମଲାରେ ମାଷ୍ଟରମାଇଣ୍ଡ୍ ପୁଞ୍ଜିଲାଲ୍ ମେହେରର ଜାମିନ ଆବେଦନ ଖାରଜ ହୋଇଯାଇଛି। ମାମଲାର ବିଚାର କରି ବଲାଙ୍ଗିର ଏଡିଜେ କୋର୍ଟ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି। ଗତକାଲି ଜାମିନ ଆବେଦନର ଶୁଣାଣି ଶେଷ କରି ବଲାଙ୍ଗିର ଏଡିଜେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପୁଞ୍ଜିଲାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବାରୁ କୋର୍ଟ ଜାମିନ ଆବେଦନ ଖାରଜ କରିଥିବା ସରକାରୀ ଓକିଲ କହିଛନ୍ତି।

ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଓକିଲ କହିଛନ୍ତି, ହାଇକୋର୍ଟର ଆଶ୍ରୟ ନିଆଯିବ। ଗତ ଫେବ୍ରୁଆରି ୨୩ରେ ପାଟଣାଗଡ଼ ଭୋଳାନାଥ ପଡ଼ାରେ ପାର୍ସଲ ବୋମା ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ ହେବା ସହ ନବ ବିବାହତା ରୀମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ଭଇଁସା ଜ୍ୟୋତିବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏପ୍ରିଲ ୨୪ ତାରିଖରେ ଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ ଓ ଏସ୍ଆଇଟି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like