ଫୁଟିଲା ପାର୍ସଲ ବୋମା
ବରଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପରେ ବରଗଡ଼ରେ ଫୁଟିଲା ପାର୍ସଲ ବୋମା। ଅତାବିରା ଭାଲୁପତ୍ରା ଗାଁର ଜଣଙ୍କ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ଘର ସାମ୍ନାରେ ଥୁଆ ହୋଇଥିବା ଏକ ଅଜଣା ପ୍ୟାକେଟ ବିସ୍ଫୋରଣ ଘଟିଛି ।
ବିସ୍ଫୋରଣରେ ସି.ଏଚ୍. ନାଗଭୂଷଣ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବରଗଡ଼ ଏସ୍ପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ତେବେ କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ଘଟିଥିଲା, ପ୍ୟାକେଟ୍ରେ କଣ ଥିଲା, କେଉଁଠୁ ଆସିଲା ଏହି ଅାତ୍ମଘାତୀ ପ୍ୟାକେଟ୍ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ା