ଅସୁରକ୍ଷିତ ଭାବେ ଚାଲିଛି ପାରାଦୀପ ବନ୍ଦର ସମ୍ପ୍ରସାରଣ କାମ

ପାରାଦୀପ: ରାଜ୍ୟରେ ନିର୍ମାଣାଧୀନ ପ୍ରକଳ୍ପରେ ବାରମ୍ବାର ଅଘଟଣ ଖବର ସାମ୍ନାକୁ ଆସୁଥିଲେ ମଧ୍ୟ ଚେତୁ ନାହାନ୍ତି ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥା। ଏଭଳି ଅସୁରକ୍ଷିତ ଭାବେ ନିର୍ମାଣ କାମ ଚାଲିଥିବା ଦେଖିବାକୁ ମିଳିଛି ପାରାଦୀପରେ। ଏଠାରେ ତିଆରି ହେଉଥିବା ରେଳ ଲାଇନରେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ହୋଇନଥିବା ବେଳେ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମଧ୍ୟ ଅଧିକାଂଶ ସମୟରେ ବିନା ନିରାପତ୍ତା ସରଞ୍ଜାମରେ କାମ କରୁଥିବା ଦେଖିବାକୁ ମିଳିଛି।

ମୁକୁଳା ଲେଭେଲ୍ କ୍ରସିଂ ଦେଇ ଯିବା ଆସିବା କରୁଛନ୍ତି ସ୍ଥାନୀୟ ଲୋକ ଓ ଗାଡ଼ି ମୋଟର।  ୩ଟି ଯାକ ଲେଭେଲ୍ କ୍ରସିଂରେ ଏଇ ସମାନ ଅବସ୍ଥା। ଇଣ୍ଟରନ୍ୟାସ୍‌ନାଲ୍‌ କାର୍ଗୋ ଟର୍ମିନାଲ୍‌ର ବର୍ଥ ଅଞ୍ଚଳରେ ତିଆରି ହେଉଛି ୩ କିଲୋମିଟର ଦୀର୍ଘ ଟ୍ରେନ୍ ଲାଇନ।  ୩ଥର ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ୍ ବି ଗଡ଼ିଲାଣି। କିନ୍ତୁ ଜନଗହଳି ପୂର୍ଣ୍ଣ ସ୍ଥାନ, ବଜାର ଓ ଜନବସତିକୁ ଲାଗି ବିଛାଯାଇଥିବା ଏହି ରେଳପଥ ପାଖରେ ଏଯାଏଁ ଲଗାଯାଇନି କୌଣସି ସତର୍କ ସୂଚନା କି ସୁରକ୍ଷା ଫିତା।  ବନ୍ଦରର ୨ନମ୍ବର ରୁ ୫ନମ୍ବର ଫାଟକ ପର୍ଯ୍ୟନ୍ତ ଅବସ୍ଥା ଅତ୍ୟନ୍ତ ବିପଦ ସଙ୍କୁଳ।  ଯାହାକୁ ନେଇ ଅସନ୍ତୁଷ୍ଟ ସ୍ଥାନୀୟ ବାସିନ୍ଦା।

କେବଳ ସ୍ଥାନୀୟ ଲୋକ ନୁହନ୍ତି, ଏଠାରେ କାମ କରୁଥିବା ଶ୍ରମିକ ମାନେ ବି ଅନେକ ସମୟରେ ବିନା ନିରାପତ୍ତା ସରଞ୍ଜାମରେ ବିପଦ ସଙ୍କୁଳ ଭାବେ କାମ କରୁଥିବା ଦେଖାଯାଉଛି।  ୪ଶହ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ କେବଳ ସଚେତନତା ଫଳକ ଲଗାଇ ଚୁପ୍ ବସିଛି ବିଓଟି ବେସିସ୍‌ରେ କାମ କରୁଥିବା ପିଆଇସିଟି। ଏଠାରେ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯାଇନଥିବା ଓ  ଆବଶ୍ୟକତା ନ ଥାଇ ବଡ଼ବଡ଼ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବନ୍ଦର କର୍ତ୍ତୃପକ୍ଷ ଓ ପିଆଇସିଟି।

ଏନେଇ ବନ୍ଦର କର୍ତ୍ତୃପକ୍ଷ ଓ ପିଆଇସିଟି କ’ଣ କହୁଛନ୍ତି ଶୁଣନ୍ତୁ…

You might also like