ଫେରିଲେ ପପୁ ପମ୍ପମ୍
ଭୁବନେଶ୍ୱର: ଶେଷରେ ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ପପୁ ପମ୍ପମ୍। ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ।
ଗତ କିଛିଦିନ ତଳେ ପପୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟ ପୂର୍ବରୁ ସୂଚନା ଦେଇଥିଲେ।
ସୂଚନାଥାଉ କି, ପପୁ ଅସୁସ୍ଥ ହେବାପରେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହୋଇଥିଲା। ତେବେ ଏଭଳି ନ କରିବାକୁ ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ ।
ଅଗ୍ନାଶୟ ବା ପାନ୍କ୍ରିୟାସ୍ ଯନ୍ତ୍ରଣା ଯୋଗୁଁ ପପୁ ଚିକିତ୍ସାଧୀନ ଥିଲେ।