ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଦିବସ ପାଳନ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହେବ ପଞ୍ଚାୟତିରାଜ ଦିବସ ।

ସଚିବାଳୟରେ ପଞ୍ଚାୟତ ପ୍ରତିନିଧି ଓ ଜନ ସାଧାରଣଙ୍କ ସହ ଟେଲି କନଫରେନସିଂ ଜରିଆରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେବାର କାର୍ଯ୍ୟକ୍ରମ ରହିଛି। ଗାଁଗୁଡ଼ିକର ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ।

ଏ ଅବସରରେ ଆମ ଗାଁ ଆମ ବିକାଶ ନାଁରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ନାରାୟଣପାଟଣାକୁ ବଛାଯାଇଛି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

You might also like