ସୁଧୁରୁନି ପାକିସ୍ତାନ: ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଯୋଗୁଁ ସୀମାରେ ଯୁଦ୍ଧ ସ୍ଥିତି

ଶ୍ରୀନଗର: ସୁଧୁରୁନି ପାକିସ୍ତାନ। ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି। ଏହାକୁ ନେଇ ଭାରତ-ପାକ୍ ସୀମାରେ ଏବେ ଯୁଦ୍ଧ ଭଳି ପରିସ୍ଥିତି ଦେଖା ଦେଇଛି। ଗତକାଲି ପୁଣି ମୋର୍ଟାର ମାଡ଼ କରିଛି ପାକିସ୍ତାନ। ଏଥିରେ ୪ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ରେ ସୀମାବର୍ତ୍ତୀ ଅଞ୍ଚଳରେ ଅନେକ ଘର ବି କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି।

ଲଗାତର ୭ଦିନ ଧରି ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ଗୁଳିମାଡ଼ ଜାରି ରହିଛି। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଅଖନୁରରୁ କାଠୁଆ ମଧ୍ୟରେ ଥିବା ଅଞ୍ଚଳ। ଏଥିସହିତ ଜମ୍ମୁ, ସାମ୍ବା, ଆର୍‌ଏସ୍‌ପୁରା, ରାମଗଡ଼ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ଗୁଳିମାଡ଼ ଯୋଗୁ ୭୦ହଜାରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମଙ୍ଗଳବାର ଆର୍ଣ୍ଣିଆରେ ପାକ୍ ସେନାର ଗୁଳିମାଡ଼ରେ ଘରେ ଶୋଇଥିବା ୮ମାସର ଏକ ଶିଶୁର ମୃତ୍ୟୁ ହୋଇଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାରର ଅନ୍ୟ ସଦସ୍ୟ।

ପରିସ୍ଥିତିକୁ ନଜରରେ ରଖି ସୀମାର ୫ କିଲୋମିଟର ମଧ୍ୟରେ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୀମାବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି। ଆଜି ସୁଦ୍ଧା ପ୍ରାୟ ୪୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। କିଛି ଲୋକ ନିଜ ସମ୍ପର୍କୀୟ ମାନଙ୍କ ଘରକୁ ଚାଲିଯାଉଛନ୍ତି।  ଆଉ କିଛି ବଙ୍କର ଭିତରେ ଜୀବନ କାଟୁଛନ୍ତି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଥିଲେ ମଧ୍ୟ ଗୃହପାଳିତ ପଶୁ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ପ୍ରତି ପରିବାରର ଜଣେ ଲେଖାଏଁ ସଦସ୍ୟ ଘରେ ରହିବାକୁ ବାଧ୍ୟ ହେଉଛନ୍ତି।

ଗତ ୫ମାସ ମଧ୍ୟରେ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମା ନିକଟରେ ୭ଶହରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇ ସାରିଲାଣି। ଏଥିରେ ୧୮ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୨୧ଜଣ ସାଧାରଣ ଲୋକଙ୍କ ପ୍ରାଣ ଯାଇଛି।

ଆହୁରି ପଢ଼ନ୍ତୁ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

You might also like