ମୁଶାରଫ୍‌ଙ୍କ ପରିଚୟପତ୍ର ଓ ପାସପୋର୍ଟ ସସ୍‌ପେଣ୍ଡ ପାଇଁ ପାକ୍ ବିଦେଶ ମନ୍ତ୍ରାଳୟର ନିର୍ଦ୍ଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ପରଭେଜ୍ ମୁଶାରଫ୍‌ଙ୍କ ଜାତୀୟ ପରିଚୟପତ୍ର ଓ ପାସପୋର୍ଟ ସସ୍‌ପେଣ୍ଡ କରିବାକୁ ବିଦେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ନ୍ୟାସନାଲ ଡାଟାବେସ୍ ଓ ପଞ୍ଜୀକରଣ ପ୍ରାଧିକରଣ ଏବଂ ଇମିଗ୍ରେସନ ବିଭାଗକୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିବା ପାକିସ୍ତାନର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ମୁଶାରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଦେଶ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି। ମୁଶାରଫଙ୍କ ଜାତୀୟ ପରିଚୟପତ୍ର ଓ ପାସପୋର୍ଟ ସସ୍‌ପେଣ୍ଡ ହେବା ପରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯିବ ଓ ସେ ଆଉ ଅନ୍ତର୍ଜାତୀୟ ଯାତ୍ରା କରିପାରିବେ ନାହିଁ। ମୁଶାରଫଙ୍କୁ ଗିରଫ କରିବା ସହ ତାଙ୍କ ବିଦେଶରେ ଥିବା ସମ୍ପତ୍ତିକୁ ଆଟାଚ୍ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦେଶର ସମ୍ବିଧାନକୁ ଅମାନ୍ୟ କରି ୨୦୦୭ ନଭେମ୍ବରରେ ପାକିସ୍ତାନରେ ଜରୁରୀ ପରିସ୍ଥିତି ଜାରି କରିବା ଅପରାଧରେ ଏହି ସାମରିକ ଶାସକଙ୍କ ବିରୋଧରେ ମାମଲା ଚାଲିଛି। ସୂଚନାଯୋଗ୍ୟ, ନିର୍ବାସନରେ ଥିବା ମୁଶାରଫ୍ ୨୧୦୩ରେ ମାର୍ଚ୍ଚରେ ପାକିସ୍ତାନ ଫେରିଥିଲେ। ତା’ ପରଠାରୁ ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗିଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୦୧୬ରେ ସେ ଦୁବାଇ ଯାଇଥିଲେ ଓ ସେବେଠାରୁ ଆଉ ଦେଶକୁ ଫେରି ନାହାନ୍ତି।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like