ପରଲୋକରେ ଗୀତା କପୁର

‘ପାକିଜା’ ଫିଲ୍ମ  ଅଭିନେତ୍ରୀ ଗୀତା କପୁରଙ୍କର  ୬୭ ବର୍ଷ ବୟସରେ ଶନିବାର ଦିନ ଦେହାନ୍ତ ହୋଇଛି। ଗୀତାଙ୍କ ପିଲାମାନେ ତାଙ୍କୁ ଅଲଗା କରି ଦେଇଥିବାର ରିପୋର୍ଟ ଗତବର୍ଷ ପ୍ରକାଶ ପାଇଥିଲା। ପରେ ତାଙ୍କୁ ଏକ  ବୃଦ୍ଧାଶ୍ରମରେ ରଖା ଯାଇଥିଲା। ଶନିବାର ପୂର୍ବାହ୍ନ ୯ଟା ବେଳେ ଏହି ବୃଦ୍ଧାଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ।

ଚଳଚ୍ଚିତ୍ର ନିର୍ମାତା ଅଶୋକ ଗୀତାଙ୍କ ମୃତ୍ୟୁ ଖବର ସୂଚନା ଦେଇ କହିଛନ୍ତି, ଆମେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହେଲୁ । ବର୍ଷେ ପୂର୍ବରୁ ତାଙ୍କ ଦେହ ଖରାପ ହୋଇଥିବା ବେଳେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନିଜ ପିଲାମାନଙ୍କୁ ଅପେକ୍ଷା କରିଥିଲେ ମଧ୍ୟ କେହି ବି ତାଙ୍କୁ ଡ଼ାକ୍ତରଖାନାକୁ ଦେଖା କରିବା ପାଇଁ ଆସି ନଥିଲେ । ଗତ ସପ୍ତାହେ ହେଲା ସେ ନିଜ ପିଲାମାନଙ୍କୁ ବହୁତ  ମନେ ପକାଇବା ସହ ତାଙ୍କ ଶାରୀରିକ ଅବସ୍ଥା କ୍ରମଶଃ ଖରାପ ହେବାରେ ଲାଗିଥିଲା । କିଛି ଦିନ ଏପରି ରହିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଗୀତା କପୁର ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ‘ପାକିଜା’ ଫିଲ୍ମରେ ସେ ରାଜକୁମାରଙ୍କ ଦ୍ୱିତୀୟ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଗୀତାଙ୍କ ପୁଅ ରାଜା ଜଣେ କୋରିଓ ଗ୍ରାଫର ହୋଇଥିବା ବେଳେ ତାଙ୍କ ଝିଅ ବିମାନ ପରିଚାରିକା ଭାବେ କାର୍ଯ୍ୟ କରନ୍ତି।  ନିଜେ ରାଜା ଗୀତାଙ୍କୁ ଆଣି ବୃଦ୍ଧାଶ୍ରମରେ ଛାଡ଼ିଦେଇ ଯାଇଥିଲେ। ସେହିଦିନଠାରୁ ଅଶୋକ ପଣ୍ଡିତ ଓ ରମେଶ ତୋରନୀ ଡାକ୍ତରଖାନାର ବିଲ୍‌ ଭରିବା ସହିତ ତାଙ୍କର ଯତ୍ନ ନେଉଥିଲେ।

ଗୀତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବଲିଉଡ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

 

 

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

You might also like