କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଞ୍ଚିଲା ଅକ୍ସିଜେନ୍

କୋରାପୁଟ: କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଞ୍ଚିଲା ଅକ୍ସିଜେନ୍। ଗତକାଲି ରାତିରେ ବିଶାଖାପାଟଣାରୁ ଅକ୍ସିଜେନ ସିଲିଣ୍ଡର ଆସି ପହଞ୍ଚିଥିବା ସୂଚନା ମିଳିଛି।

ପୁରା ଦକ୍ଷିଣ ଓଡ଼ିଶାର ଆରୋଗ୍ୟ କେନ୍ଦ୍ର ଭାବେ ପରିଚିତ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବ ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା।

ଏମିତିକି ଅକ୍ସିଜେନ୍ ନଥିବାରୁ ଗୁରୁତର ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା।

ସେପଟେ ଗତ କିଛି ଦିନ ଧରି ଲଗାତାର ଛୁଟି ଥିବାରୁ ମେଡିକାଲକୁ ଅକ୍ସିଜେନ୍ ପହଞ୍ଚିବାରେ ବିଳମ୍ବ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

You might also like