ଜେଲ୍‌ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ ମାଲିକ

ଭୁବନେଶ୍ୱର: ଜେଲ୍‌ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡା। ଗତକାଲି ବିଳମ୍ବିତ ରାତିରେ ପ୍ରତାପଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇଛି କମିଶନରେଟ୍ ପୋଲିସ୍‌।

ବମିଖାଲ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଗତକାଲି କମିଶନରେଟ୍ ପୋଲିସ ପଣ୍ଡା ଇନଫ୍ରା କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ଗିରଫ କରିଥିଲା। ତେବେ ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ SCBରେ ୪ ବିଭାଗରେ ଚିକିତ୍ସା ପରେ ପ୍ରତାପଙ୍କୁ ବେଡ୍ ଆଡମିଶନର ଆବଶ୍ୟକତା ନଥିବା ଦର୍ଶାଇଥିଲେ ଡାକ୍ତର। ଫଳରେ ପୋଲିସ ତାଙ୍କୁ ମେଡିକାଲରୁ ସିଧା ଝାରପଡ଼ା ଜେଲକୁ ଆଣିଥିଲା।

ଏପଟେ ଦୁର୍ଘଟଣା ପଛରେ ଆଉ କିଛି ସରକାରୀ ଅଧିକାରୀ ଏବଂ ନିର୍ମାଣକାରୀ ସଂସ୍ଥାର କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଉଥିବାରୁ ଘଟଣାରେ ଆଉ କିଛି ଲୋକଙ୍କୁ ଗିରଫ କରାଯାଇପାରେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

You might also like