ମତଦାନ ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ; ୨୦ରୁ ଅଧିକ ମୃତ, ଅନେକ ଆହତ

ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ଚାଲିଥିବା ବେଳେ ବେଲୁଚିସ୍ତାନର କ୍ୱେଟା ନିକଟ ଏକ ମତଦାନ କେନ୍ଦ୍ରରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୨୦ରୁ ଅଧିକ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ମୃତକଙ୍କ ମଧ୍ୟରେ କିଛି ପୁଲିସ୍‌ ଅଧିକାରୀ ଥିବା କୁହାଯାଉଛି। ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବମ୍‌ ସ୍କ୍ୱାଡ ଓ ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଜଣେ ଅଜଣା ବ୍ୟକ୍ତି ବୋମା ଧରି ମତଦାନ କେନ୍ଦ୍ର ଭିତରକୁ ପ୍ରବେଶ କରିବା ପାଇଁ ପ୍ରୟାସ କରୁଥିଲେ। ମାତ୍ର ଯେତେବେଳେ ପୁଲିସ୍‌ ତାଙ୍କୁ ଅଟକାଇବା ପାଇଁ ପ୍ରୟାସ କଲେ ସେତେବେଳେ ସେ ନିଜକୁ ଉଡ଼ାଇ ଦେଇଥିଲେ।

ପାକିସ୍ତାନରେ ଆଜି ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ। ଏହି ଦେଶର ଭବିଷ୍ୟତ କାହା ହାତକୁ ଯିବ ତାକୁ ନେଇ ସବୁଠି ଚର୍ଚ୍ଚା। କ୍ରିକେଟର୍‌ରୁ ରାଜନେତା ସାଜିଥିବା ଇମ୍ରାନ୍ ଖାନ୍‌ଙ୍କ ଦଳ ‘ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌’(ପିଟିଆଇ) ଓ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍‌ଙ୍କ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ ନୱାଜ୍‌ (ପିଏମ୍‌ଏଲ୍‌-ଏନ୍) ଦଳ ମଧ୍ୟରେ ରେସ୍‌ ଚାଲିଛି।

ସେଠାକାର ସ୍ଥାନୀୟ ସମୟାନୁସାରେ, ଆଜି ସକାଳ ୮ଟାରେ ମତଦାନ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ମତଦାନ ପରେ ସାଙ୍ଗେ ସାଙ୍ଗେ ଭୋଟ ଗଣତି ଆରମ୍ଭ ହେବ ଏବଂ ୨୪ ଘଣ୍ଟା ମଧ୍ୟରେ ଫଳାଫଳ ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

You might also like