ରାଜ୍ୟରେ ୧ କୋଟିରୁ ଅଧିକ ଶିଶୁଙ୍କୁ ଏମଆର୍‌ ଟିକାକରଣ କରାଯାଇଛି

ଭୁବନେଶ୍ୱର : ଚଳିତ ମାସ ୨୬ ତାରିଖ ସୁଦ୍ଧା ରାଜ୍ୟରେ ୧ କୋଟି ଏକ ଲକ୍ଷ ୭୩ ହଜାର ୫୪୫ ଜଣ ଶିଶୁଙ୍କୁ ଏମଆର୍‌ ଟିକାକରଣ କରାଯାଇଛି।  ଯାହାକି ଧାର୍ଯ୍ୟଲକ୍ଷର ୯୦ପ୍ରତିଶତ ଜାନୁଆର ୨୯ତାରିଖରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନରେ ପ୍ରାୟ ୧୩ ଲକ୍ଷ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ ରଖାଯାଇଥିଲା। ମାତ୍ର ୨୦ ଦିନରେ ଏହି ସଫଳତା ହାସଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ପ୍ରଥମ ୨ସପ୍ତାହରେ ରାଜ୍ୟର ୭୦ ହଜାର ୩୬୭ ସ୍କୁଲରେ ଶିଶୁମାନଙ୍କୁ ଟିକା ଦିଆଯାଇଥିଲା।  ଗତ ୧୯ ତାରିଖରୁ ୩୭ହଜାର ୧୬୦ଟି ଗୋଷ୍ଠିକେନ୍ଦ୍ରରେ ୯ମାସରୁ ୫ ବର୍ଷ ବୟସର ଶିଶୁ ମାନଙ୍କୁ ଏହି ଟିକା ଦେବା କାର୍ଯ୍ୟ ଚାଲୁରହିଛି।  ଆଉ ଧାର୍ଯ୍ୟ ସମୟ ଭିତରେ ରାଜ୍ୟର ୧୦୦ ପ୍ରତିଶତ ଶିଶୁ ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ସୁଚନା ଦେଇଛନ୍ତି ରାଜ୍ୟ ଟିକାକରଣ ଅଧିକାରୀ।

ତେବେ ଏହି ଟିକାକରଣ ପାଇଁ ଆସନ୍ତା ମାର୍ଚ୍ଚ ୧୫ ତାରିଖ ରେ ହେବାକୁ ଥିବା ପଲସ ପୋଲିଓ ଅଭିଯାନକୁ ଘୁଞ୍ଚାଇ ଦିଆଯାଇଛି।  ଆସନ୍ତା ଏପ୍ରିଲ ୧୫ରୁ ୧୭ ତାରିଖ ଓ ମେ୨୦ ରୁ ୨୨ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ସାରା ରାଜ୍ୟରେ ଜିରୋରୁ ୫ବର୍ଷ ବୟସର ଶିଶୁ ମାନଙ୍କୁ ପ୍ରଦାନ କରାଯିବ ବୋଲି ମଧ୍ୟ ସୁଚନା ଦେଇଛନ୍ତି।

 

You might also like