ଓଟିଭି ଫୋରସାଇଟ୍- ୨୦୧୮ : ଗୋଟିଏ ମଞ୍ଚରେ ବିବିଧ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସ ମନ୍ଥନ

ଭୁବନେଶ୍ୱର : ଗୋଟିଏ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ। ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟ୍- ୨୦୧୮ରେ ହୋଇଥିଲା ଏମିତି ଉଦ୍ୟମ। ବିବିଧ ପ୍ରସଙ୍ଗ ମଧ୍ୟରୁ ଆଲୋଚନାର ଏକ ମୁଖ୍ୟ ବିଷୟ ଥିଲା- Politics for Elections, or Development and Growth, ଅର୍ଥାତ ନିର୍ବାଚନ ପାଇଁ ରାଜନୀତି,  ନା ବିକାଶ ଲାଗି? ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଓ ବିଜେପି ଜାତୀୟ ସଂପାଦକ  ସୁରେଶ ପୂଜାରୀ ଭାଗ ନେଇ ନିଜ ନିଜ ମତ ରଖିଥିଲେ।

ଏହାପୂର୍ବରୁ ଫୋରସାଇଟ୍‌ର ତୃତୀୟ ଅଧିବେଶନର ପ୍ରସଙ୍ଗ ଥିଲା- Making of young parliamentarians in Lok Sabha- absence of constructive debates. ଏନେଇ ମତ ରଖିଥିଲେ  ଆସାମ କାଲିଆବୋରର ଲୋକସଭା ସଦସ୍ୟ ଗୌରବ ଗୋଗୋଇ ଓ ବଲାଙ୍ଗିର ସାଂସଦ  କଳିକେଶ ନାରାୟଣ ସିଂ ଦେଓ।

ସେହିପରି ଦ୍ୱିତୀୟ ଅଧିବେଶନର ଆଲୋଚନାର ପ୍ରସଙ୍ଗ ଥିଲା Oriya language beyond literature ବା ସାହିତ୍ୟର ଉର୍ଦ୍ଧ୍ୱରେ ଓଡ଼ିଆ ଭାଷା। ଏହି ଆଲୋଚନାରେ ଭାଗ ନେଇଥିଲେ ଦୈନିକ ସମ୍ବାଦର ସଂପାଦକ  ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ ଓ  ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଦେବଦାସ ଛୋଟରାୟ। ଫୋରସାଇଟ୍‌ର ଶେଷ ଅଧିବେଶନର ପ୍ରସଙ୍ଗ ଥିଲା Do celebrities make for bad role models? ଏଥିରେ ଭାଗ ନେଇ ନିଜ ମତ ରଖିଥିଲେ ଜଣାଶୁଣା ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ ଓ  ଅଭିନେତ୍ରୀ ତିସ୍କା ଚୋପ୍ରା।

କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ରଖି ଓଟିଭିର ଡିରେକ୍ଟର ଜଗି ମଂଗତ ପଣ୍ଡା କହିଥିଲେ, ଓଟିଭିର ନୀତି ନା ସରକାରଙ୍କ ସପକ୍ଷରେ ନା  ବିରୋଧରେ, ନା ବିରୋଧୀ ଦଳଙ୍କ ସପକ୍ଷରେ ନା ବିରୋଧରେ କେବଳ ୪  କୋଟି ଓଡ଼ିଆଙ୍କ ସପକ୍ଷରେ। ଓଟିଭି ଫୋରସାଇଟ୍‌ରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ  ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲିଷ୍ଟଙ୍କୁ  ପ୍ରଶ୍ନ ପଚାରିଥିଲେ ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

୧୨ରୁ OJEE ପରୀକ୍ଷା

ମିଳିଲାନି କାନ୍ଧ; ଗାଁ ଦାଣ୍ଡରେ ପଡି ରହିଲା ଶବ

You might also like