ଓଟିଭି ପ୍ରତିନିଧିଙ୍କୁ କିଟ୍‌ ଗୁଣ୍ଡାଙ୍କ ଆକ୍ରମଣ ଘଟଣା: ୨୪ ଘଣ୍ଟା ବିତିଲା, ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଶୂନ୍‌

ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା ନେଇ ଏତଲା ପରେ ବି ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନି ପୋଲିସ। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୋଲିସ।

ଗତକାଲି ଇନଫୋସିଟି ଥାନାରେ ଏ ସଂକ୍ରାନ୍ତରେ ଏକ ଏତଲା ଦିଆଯାଇଥିଲା। ଏହି ଏତଲା ଭିତ୍ତିରେ କିଟ୍ ବିରୋଧରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ କରୁଛି। ଆଇପିସିର ଦଫା ୩୪୧, ୩୨୩ ଓ ୩୪ ଧାରାରେ ମାମଲା ରୁଜୁ ହୋଇଛି।

ଗତକାଲି ବେଆଇନ ନିର୍ମାଣକୁ ବିରୋଧ କରୁଥିବା ଅଭିଯୋଗ ସମ୍ପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ଟିମ୍ ଉପରେ କିଟ୍ ସୁରକ୍ଷାକର୍ମୀ ଏବଂ ଭଡ଼ାଟିଆ ଗୁଣ୍ଡା  ଆକ୍ରମଣ କରିଥିଲେ। ଏପରିକି ଧମକଚମକ ଦେଇ କ୍ୟାମେରା ଛଡ଼ାଇ ନେବାକୁ ମଧ୍ୟ ଉଦ୍ୟମ ବି କରିଥିଲେ।

ତେବେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ, କିଟ୍ କର୍ତ୍ତୃପକ୍ଷ ମୁହଁ ଖୋଲିନାହାଁନ୍ତି। ଅପରପକ୍ଷେ, ଘଟଣାର ୨୪ ଘଣ୍ଟା ପରେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ, ସେ ନେଇ ଡିଜିପିଙ୍କୁ ପଚରାଯିବାରୁ ସେ କହିଥିଲେ, ଡିସିପିଙ୍କୁ ପଚାର।

ଆହୁରି ମଧ୍ୟ ପଢ଼ନ୍ତୁ: କିଟ୍‌ର ଗୁଣ୍ଡାଗିରି: ଓଟିଭି ପ୍ରତିନିଧିଙ୍କୁ ଧକ୍କା ମାରିଲେ, ଗାଳି ଦେଲେ

You might also like