ଓଟିଭିର ପ୍ରଭାବ: ବେଙ୍ଗାଲୁରୁରେ ପାରିଶ୍ରମିକ ପାଉନଥିବା ଓଡ଼ିଆ ଶ୍ରମିକଙ୍କୁ ପାରିଶ୍ରମିକ ଦେବାକୁ ଭରସା ଦେଲେ କର୍ଣ୍ଣାଟକ ସରକାର

ଭୁବନେଶ୍ୱର/ବେଙ୍ଗାଲୁରୁ: ବେଙ୍ଗାଲୁରୁ ଉପକଣ୍ଠ ଚନ୍ଦାପୁର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ପ୍ରସଙ୍ଗରେ ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା କର୍ଣ୍ଣାଟକ ପ୍ରଶାସନ।

ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଦିଆଯାଉନଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୭ ମାସ ଧରି ସମସ୍ତ ଶ୍ରମିକ ଏଠାରେ କାମ କରିଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ଦିଅଯାଇନଥିଲା।

ପାଉଣା ପାଇଁ ପୋଲିସ ନିକଟରେ ଅଭିଯୋଗ କରିବାରୁ ସମ୍ପୃକ୍ତ ଠିକାସଂସ୍ଥା ଶ୍ରମିକମାନେ ରହୁଥିବା ଘରର ପାଣି ଓ ବିଜୁଳି ସଂଯୋଗ କାଟି ଦିଆଯାଇଥିଲା।  ତେବେ ଘଟଣାକୁ  ନେଇ ଓଟିଭିରେ ଖବର ପ୍ରସାରଣ ପରେ, ଚେତିଛି କର୍ଣ୍ଣାଟକ ପ୍ରଶାସନ।

କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଶ୍ରମିକଙ୍କ ରହୁଥିବା ଘରକୁ ପାଣି ଓ ବିଜୁଳି ସଂଯୋଗ କରାଯିବା ସହ ଖୁବଶୀଘ୍ର ଓଡ଼ିଆ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଦେବା ବ୍ୟବସ୍ଥା କରାଯିବ ବୋଲି କର୍ଣ୍ଣାଟକ ହାଉସିଂ ବୋର୍ଡ ମୁଖ୍ୟଯନ୍ତ୍ରୀ କହିଛନ୍ତି।

You might also like