ଓସ୍କାର ପୁରସ୍କାର ୨୦୧୮ ସମାରୋହରେ ଶ୍ରୀଦେବୀ ଓ ଶଶି କପୁରଙ୍କୁ ସ୍ମରଣ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ଼ ତାରକା ଶଶି କପୁର ଓ ଶ୍ରୀଦେବୀଙ୍କୁ ଓସ୍କାରର ୯୦ତମ ଏକାଡ଼େମୀ ପୁରସ୍କାର ସମାରୋହରେ ସ୍ମରଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ମେମୋରିୟମ୍ ମୋଣ୍ଟେଜରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗତ ବର୍ଷ ପରଲୋକ ଘଟିଥିବା ଅନ୍ୟ କଳାକାରମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ବଲିଉଡ଼ ଫିଲ୍ମ ବ୍ୟତୀତ ଶଶି କପୁର ଆହୁରି ଅନେକ ଫିଲ୍ମ ଯଥା ‘ଦ ହାଉସ ହୋଲଡର’, ‘ସେକ୍ସପିୟର୍ ୱାଲାଃ’, ‘ହିଟ୍ ଆଣ୍ଡ ଡଷ୍ଟ’ ଭଳି ଅନେକ ହଲିଉଡ଼ ଫିଲ୍ମରେ ଅଭିନୟ କରି ନିଜର କରିସ୍ମା ଦେଖାଇଥିଲେ।

ସେହିପରି ବିଗତ ୫୦ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରାଜୁତି କରି ଆସୁଥିବା ସୁପରଷ୍ଟାର ଶ୍ରୀଦେବୀ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ।

ପଦ୍ମ ସମ୍ମାନରେ ସମ୍ମାନିତ ଶ୍ରୀଦେବୀ ଓ ଶଶି କପୁରଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କରାଯାଇଥିଲା।

You might also like