ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ

ଅନୁଗୁଳ : ଭଙ୍ଗା ଦଦରା ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ। ତା ପୁଣି ବିନା ନାଉରିଆରେ। ଟିକେ ଏପଟ ସେପଟ ହେଲେ ଅଘଟଣ ଘଟିବାର ଆଶଙ୍କା। ଜଣେ ଆହୁଲା ମାରିଲେ ଆଉ ଜଣେ ଡଙ୍ଗାରୁ ପାଣି କାଢୁଛି।

ଏହା ହେଉଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଜୟପୁର ଗାଁର ଅବସ୍ଥା। ଗାଁରେ ସ୍କୁଲ ନଥିବାରୁ ପଂପଣ୍ଡ ସ୍କୁଲକୁ ଏମାନେ ପଢ଼ିବାକୁ ଯାଆନ୍ତି।  ଏଥିପାଇଁ ସେମାନଙ୍କୁ ଯଉତୁକ ନଦୀ ପାରି ହେବାକୁ ପଡ଼େ। ଡଙ୍ଗା ବି ଭଲ ଅବସ୍ଥାରେ ନାହିଁ।

ଡଙ୍ଗାରେ ନଦୀର ପାଣି ନ ପଶିବା ଲାଗି କାଦୁଅ ଦିଆଯାଇଛି। ଏଠାରେ ପୋଲ ନିର୍ମାଣ ଲାଗି ସାଢ଼େ ତିନି କୋଟି ଟଙ୍କା ମଂଜୁର ହୋଇଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ।  ପୋଲ ଶେଷ ହେବାକୁ ପ୍ରାୟ ଦୁଇ ବର୍ଷ ଲାଗିବ।

ଦେଖନ୍ତୁ ଏହି ଭିଡ଼ିଓ-

You might also like