ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର : ଆଜି ବିଧାନସଭାରେ ଲୋକାୟୁକ୍ତ ଓ ଲୋକପାଳ ଗଠନ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ୨୦୧୫ ଜାନୁୟାରୀ ୧୬ ତାରିଖରେ ଲୋକାୟୁକ୍ତ ଆଇନ ନୋଟିଫିକେସନ୍ ନେଇ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି, ଯାହା ମିଛ ବୋଲି ନରସିଂହ କହିଛନ୍ତି।

ସେହିପରି ଖଣି, ଚିଟ୍‌ଫଣ୍ଡ ଦୁର୍ନୀତି, ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣା, ପିସି କାରବାର ଓ ଡାଲି ଦୁର୍ନୀତି ଏସବୁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ସମାଲୋଚନା କରିଛନ୍ତି ନରସିଂହ। ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ବିରୋଧୀ ଏହି ପ୍ରସଙ୍ଗ ଉଠାଇଥିଲେ। ଗୃହରେ ମଧ୍ୟ ରାଜ୍ୟ ସରକାର ପ୍ରକାଶ କରିଥିବା ଶ୍ୱେତପତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

You might also like