କିଏ ଜିତିବ କର୍ଣ୍ଣାଟକ ବାଜି, କ’ଣ କହୁଛି ଓପିନିୟନ ପୋଲ୍ ?

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଛି। କିନ୍ତୁ ଚଳିତ ନିର୍ବାଚନରେ କାହାକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଓପିନିୟନ ପୋଲରୁ ଜଣାପଡ଼ିଛି। ଯଦିଓ ଗତ ଥର ତୁଳନାରେ ଏଥିର ବିଜେପି ଅଧିକ ଆସନ ଅକ୍ତିଆର କରିବ। କିନ୍ତୁ ଦଳ ଏକାକୀ ଶାସନ କରିବାକୁ ଜନମତ ମିଳିବ ନାହିଁ। ସେହିପରି କଂଗ୍ରେସର ଆସନ ଅନେକ ପରିମାଣରେ କମିବ ବୋଲି ବିଭିନ୍ନ ଓପିନିୟନ ପୋଲରୁ ଜଣାପଡ଼ିଛି।

ଭୋଟର ମାନଙ୍କୁ ମନେଇବା ପାଇଁ ବିଭିନ୍ନ ଦଳର ଟାଣୁଆ ନେତାମାନେ ପ୍ରଚାର ଚଳାଇଛନ୍ତି। ଟାଇମ୍ସ ନାଓ ଓ ଭୋଟର୍ସ ମୁଡ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପିକୁ ଗତଥର ଅପେକ୍ଷା ପ୍ରାୟ ଅଧିକ ୨ଗୁଣ ସିଟ୍ ମିଳିବ।

ବିଜେପିର ସିଟ୍‌ ସଂଖ୍ୟା ୮୯ରେ ପହଞ୍ଚିବ ବୋଲି ଜନମତରୁ ଜଣାପଡ଼ିଛି। ସେହିପରି ବର୍ତ୍ତମାନ ଶାସନ କ୍ଷମତାରେ ଥିବା କଂଗ୍ରେସ ୯୧ଟି ଆସନ ପାଇବ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡାଙ୍କ ଜନତା ଦଳ ସେକୁଲାର ଓ ବହୁଜନ ସମାଜ ପାର୍ଟି ମେଣ୍ଟକୁ ୪୦ଟି ସିଟ୍‌ ମିଳିବ।

ଓପିନିୟନ ପୋଲରେ ଝୁଲା ବିଧାନସଭା ନେଇ ସଙ୍କେତ ମିଳିଥିବାରୁ କର୍ଣ୍ଣାଟକରେ କିଏ ଶାସନର ମଙ୍ଗ ଧରିବ ସେ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like