ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ।  ଶୁଣାଣି କରି ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

 

ପୂର୍ବରୁ ଅଗଷ୍ଟ ୧ ଯାଏଁ ଜଗମୋହନ ନଖୋଲିବାକୁ ଅପିଲ ହୋଇଥିଲା। ଆଗକୁ ଘୋଷଯାତ୍ରା ସହ ଅନ୍ୟାନ୍ୟ ନୀତିକାନ୍ତି ରହିଥିବାରୁ ରଥଯାତ୍ରା ଯାଏଁ ମହଲତ ଦେବାକୁ ଆବେଦନ କରାଯାଇଥିଲା। ହେଲେ କୋର୍ଟ ଏହି ଆବେଦନ ମହଲତକୁ ଅଗ୍ରାହ୍ୟ କରିଦେଇଥିଲେ।

You might also like