ଇଞ୍ଜିନିୟରିଂ ନାମଲେଖା ପାଇଁ ଓପେକା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଓଡିଶାରେ ପଢିବେ ଇଞ୍ଜିନିୟରିଂ। ଏଥିପାଇଁ ୨୫ ପ୍ରତିଶତ ସିଟ୍ ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ୟୁନିଭର୍ସିଟିରେ ସଂରକ୍ଷିତ ରହିବ। ଜେଇଇ ମେନରେ ଓଡିଶା ଭାଗ ନେବା ପର ଠାରୁ ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ମାତ୍ରାଧିକ ସିଟ୍ ଖାଲି ପଡୁଥିବା ଦର୍ଶାଇ ଓପେକା ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିଲା।  ତାସହ ୨୫ ପ୍ରତିଶତ ସିଟ୍ ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ପରାମର୍ଶ ଦେଇଥିଲା। ଯାହାକୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପଲିସି ପ୍ଲାନିଂ ବଡିରେ ଆଲୋଚନା ଲାଗି ପଠାଇଥିଲା। ଗତ ୩୦ ତାରିଖରେ ବସିଥିବା ବୈଠକରେ ଏହା ଅନୁମୋଦନ ଲାଭ କରିଛି।

ଅନ୍ୟପଟେ ଗତ କିଛି ବର୍ଷ ଧରି ରାଜ୍ୟରେ ଇଞ୍ଜିନିୟରିଂ କଲେଜ ସିଟ୍ ଅଧାରୁ ଅଧିକ ଖାଲି ପଡୁଥିବାରୁ ଚଳିତ ବର୍ଷ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ, ଏଆଇସିଟିଇ ଗାଇଡ ଲାଇନ୍ ଅନୁଯାୟୀ ମୋଟ୍ ୮୩ ଟି ଘରୋଇ ଇଞ୍ଜିନିୟରିଂ କଲେଜର ୫ହଜାର ସିଟ୍‌କୁ କମାଇଦିଆଯାଇଛି। ଗତବର୍ଷ ଇଞ୍ଜିନିୟରିଂ କଲେଜରେ ସିଟ୍ ଥିଲା ୩୭ ହଜାର ୪୩୮। ମାତ୍ର ଚଳିତ ବର୍ଷ ସିଟ୍ ଏହାକୁ କମାଇ ୩୨ହଜାର ୧୬୦ କରାଯାଇଛି। ସେହିପରି ଚଳିତ ବର୍ଷ ଇଞ୍ଜିନିୟରିଂ ପାଠ ଲାଗି ୩୦ ପ୍ରତିଶତ ଫି ବଢାଇବା ପାଇଁ ଯୋଜନା ରହିଛି। ବିନା ସ୍ପଟ୍ ଭେରିଫିକେସନ୍‌ରେ ଫି ବଢାଯାଉଥିବା ସୂଚନା ଅଧିକାର ବଳରେ ଜାଣିବାକୁ ମିଳିଛି। ଖାଲି ସେତିକି ନୁହେଁ ଓପେକାର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି ଛାତ୍ର ସଂଗଠନ।

ଗୋଟିଏ ପଟେ ଇଞ୍ଜିନିୟରିଂ ସିଟ୍ କମାଇବା ଅନ୍ୟପଟେ ବାହାର ରାଜ୍ୟ ଛାତ୍ରଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ କରିବା। ତାସହ ଫି ବୃଦ୍ଧି ନିଷ୍ପତ୍ତି। ଏବେ ପ୍ରଶ୍ନ ଏଭଳି ସଂସ୍କାରମୂଳକ ନିଷ୍ପତ୍ତି ପରେ ରାଜ୍ୟର ଖାଲି ପଡୁଥିବା ଇଞ୍ଜିନିୟରିଂ ସିଟ୍ ପୂରଣ ହେବ ତ ?

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like