ଅନ୍‌ଲାଇନ୍‌ ସପିଙ୍ଗ ନାଁରେ ଠକେଇ

ଖୋର୍ଦ୍ଧା : ଅନ୍‌ଲାଇନ ସପିଙ୍ଗ ନାଁରେ ଠକେଇ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନାଲିପଡା ଅର୍ଜୁନପୁରର ଦାଶରଥୀ ନାୟକ। ସେ ଗତବର୍ଷ ଅକ୍ଟୋବରରେ ଅନ୍‌ଲାଇନ୍‌ରେ ସପିଙ୍ଗ ପାଇଁ ବାଜାଜ ଫିନସର୍ଭରୁ ଏକ ଡିଜିଟାଲ କାର୍ଡ କରିଥିଲେ। ଯାହାର ବୈଧତା ୨୦୨୭ ମସିହା ପର୍ଯ୍ୟନ୍ତ ରହିବା ସହିତ ଉକ୍ତ  କାର୍ଡ ମାଧ୍ୟମରେ ଲକ୍ଷେ ୨୦ ହଜାର ଟଙ୍କାର ଅନ୍‌ଲାଇନ କାରବାର କରିବା ପାଇଁ ସୁବିଧା ଥିଲା।

ତେବେ ଏହି କାର୍ଡ ଦ୍ୱାରା ଦାଶରଥୀ ଟିଭି, ହୋମ୍ ଥିଏଟର, ମୋବାଇଲ ଇତ୍ୟାଦି କିଣି ମାସିକିଆ କିସ୍ତି ପରିଶୋଧ କରୁଛନ୍ତି। ତେବେ ଗତ ମାସ ୧୪ ତାରିଖରେ ଦାଶରଥି ୭୦ ହଜାର ଟଙ୍କାର ଏକ ଲାପ୍‌ଟପ୍ ଓ ଲାପ୍‌ଟପ୍ ବ୍ୟାଗ ଅନ୍‌ଲାଇନ୍ ସପିଙ୍ଗ କରିଥିବା ଏବଂ ମାସିକ ୧୧ ହଜାର ଟଙ୍କା କିସ୍ତି ପରିଶୋଧ କରିବାକୁ ମେସେଜ ଆସିଥିଲା। କିନ୍ତୁ ଦାଶରଥୀ ଏଭଳି କୌଣସି ସାମଗ୍ରୀ କିଣି ନଥିବାରୁ ସେ ବାଜାଜ ଫିନସର୍ଭଠାରୁ ଏହି କାରବାରର ଡିଟେଲ୍ସ ମାଗିଥିଲେ।

ତେବେ ସଂସ୍ଥା ପକ୍ଷରୁ ତଥ୍ୟ ଆସିବା ପରେ ଜଣାପଡିଥିଲା ଯେ, ହରିଆନା ଗୁଡ୍‌ଗାଓଁର ସଚିନ୍ କୁମାର ନାମକ ଜଣେ ବ୍ୟକ୍ତି ଦାଶରଥୀଙ୍କ କାର୍ଡରୁ ଏହି ସପିଙ୍ଗ କରିଛନ୍ତି। ଠକେଇ ସମ୍ପର୍କରେ ଦାଶରଥୀ ପୂର୍ବରୁ କଟକ ସାଇବର ଥାନାରେ ଏତଲା ଦେଇଥିବା ବେଳେ ଆଜି ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି।

You might also like