ସ୍ପେଶାଲ୍ OJEE ପାଇଁ ଆଜିଠୁ ଆବେଦନ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୨ରେ ହେବାକୁ ଥିବା ସ୍ପେଶାଲ୍ OJEE ପାଇଁ ଆଜିଠୁ ଛାତ୍ରଛାତ୍ରୀ ଆବେଦନ କରିବେ। Btech, Lateral Entry, MBA, MCA ପାଇଁ ଛାତ୍ରଛାତ୍ରୀ ଆଜିଠୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଜୁଲାଇ ୧୮ରୁ ଆଡ଼ମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ। ଏହାପରେ ଜୁଲାଇ ୨୨ରେ ପରୀକ୍ଷା ହୋଇ ୨୫ରେ ରେଜଲ୍ଟ ପ୍ରକାଶ ପାଇବ।

ରାଜ୍ୟରେ ଖାଲି ପଡିଥିବା ଇଞ୍ଜିନିୟରିଂ ସିଟ୍ ପୂରଣ ପାଇଁ ରାଜ୍ୟ ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ -ଓପେକା ପକ୍ଷରୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ଅନୁରୋଧ କରାଯାଇଥିଲା। ଫଳରେ ପ୍ରତିବର୍ଷ ସ୍ପେଶାଲ OJEE କରିବା ପାଇଁ ଚଳିତବର୍ଷଠାରୁ ସରକାର ନିଷ୍ପତ୍ତି ନେଇଛନ୍ତି।

You might also like