ପୁଣି ଜୋର୍ ଧରିଲା ଅାଗୁଅା ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ କେବେ ହେବ ବିଧାନସଭା ନିର୍ବାଚନ? ଡିସେମ୍ବର-ଜାନୁଆରୀରେ ୪ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ବିଧାନସଭା ଅବଧି ପୂରଣ ହେଉଛି। ଏହି ସବୁ ରାଜ୍ୟ ସହ ଆଗୁଆ ଲୋକସଭା ନିର୍ବାଚନ କରାଇବାକୁ କମିଶନ୍ ସକ୍ଷମ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିବା ପରେ ଜୋର୍ ଧରିଛି ଚର୍ଚ୍ଚା। ଆଉ ଏଥିଯୋଗୁଁ ଓଡ଼ିଶାର ନିର୍ବାଚନ ଗଣିତ ଓଲଟ ପାଲଟ ହେବା ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

CECଙ୍କ ସୂଚନା ପରେ ପ୍ରଶ୍ନ ଉଠୁଛି ଯଦି କେନ୍ଦ୍ର ସରକାର ଲୋକସଭାକୁ ଭାଙ୍ଗି ଡିସେମ୍ବରରେ ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅନ୍ତି,ସେ କ୍ଷେତ୍ରରେ ନବୀନ ବି ବିଧାନସଭା ଭାଙ୍ଗି ଓଡ଼ିଶାରେ ଏକା ସମୟରେ ନିର୍ବାଚନ ପାଇଁ ଆଗ୍ରହୀ ହେବେ କି?  ଏ ନେଇ କଳ୍ପନାଜଳ୍ପନା ଭିତରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଅଲଗା ନିର୍ବାଚନ ହେଲେ ବିଜେଡି ପାଇଁ ଚାଲେଞ୍ଜ ସୃଷ୍ଟି କରିବ।

ଓଡ଼ିଶାରେ ୨୦୦୪, ୦୯ ଓ ୧୪ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହୋଇଥିଲା। ଯେଉଁଥିରେ ଫାଇଦାରେ ରହିଥିଲା ବିଜେଡି। ସେପଟେ ଦଳୀୟ ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି, ଏଥର ପାଳିରେ ରାଜ୍ୟ ସରକାରକୁ ୪ ବର୍ଷରୁ ଅଧିକ ସମୟ ହୋଇଗଲାଣି, ତେଣୁ ଦଳ ଆଗୁଆ ନିର୍ବାଚନକୁ ଯାଇପାରିବ॥ ଏହି ପ୍ରସଙ୍ଗରେ କଂଗ୍ରେସ୍ କହିଛି ପୂର୍ବରୁ ମଧ୍ୟ ଏକା ସଙ୍ଗରେ ନିର୍ବାଚନ ହୋଇଛି। ଯଦି ଏଠି ଦୁଇଥର ହୁଏ ତାହେଲେ ଖର୍ଚ୍ଚ ବଢ଼ିବ। ସେହିପିର ବିଜେପି କହିଛି ସାମ୍ବିଧାନକ ବିଧି ବ୍ୟବସ୍ଥାରେ ଯାହା ହେବା କଥା ହେବ ।

ସେପଟେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆବଶ୍ୟକ ଇଭିଏମ୍ ବି ପହଞ୍ଚି ସାରିଛି। ଭୋଟର୍ ତାଲିକା ସଂଶୋଧନ ହୋଇ ଜାନୁୟାରୀ ୪ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

You might also like