ଅଟୋକୁ ପଛପଟୁ ପିଟିଲା ଟ୍ରକ୍‌; ଜଣେ ମୃତ, ୬ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ହରିଡ଼ାମୂଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ପଛପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଗୁରୁତରଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି। ତେବେ ଦୁର୍ଘଟଣାରେ ମୃତକ ଜଣକ ଭଞ୍ଜନଗର ଅଞ୍ଚଳର ମୀନାକ୍ଷୀ ଚୌଧୁରୀ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବିବାହ ଭୋଜି ଖାଇ ଉକ୍ତ ପରିବାରର ସଦସ୍ୟ ଏକ ଅଟୋରେ ଫେରୁଥିବା ବେଳେ ଟ୍ରକ୍‌ଟି ଅଟୋକୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି।

You might also like