ଭୁଶୁଡ଼ି ପଡ଼ିଲା କାନ୍ଥ; ଜଣେ ମୃତ, ୪ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡ଼ା ପଞ୍ଚାୟତ ବାଞ୍ଜମୁଣ୍ଡା ଗାଁରେ ଘର କାନ୍ଥ ଭୁଶୁଡ଼ି ଯିବାରୁ ଜଣେ ମହିଳା ଓ ତାଙ୍କର ୩ ଛୁଆ ଆହତ ହୋଇଛନ୍ତି। ସେମାନଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତମାନେ ହେଲେ ସୁକୁମାରୀ ପିଙ୍ଗୁଆ ଓ ତାଙ୍କ ୩ ଶିଶୁ ଆଦେଶ ପିଙ୍ଗୁଆ(୭), କ୍ରିଷ୍ଣା (୩) ଓ ମନୋଜ(୧୮ ମାସ)। ତେବେ ସୁକୁମାରୀଙ୍କ ସ୍ୱାମୀ ଅନକୁଳ ପିଙ୍ଗୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା।

ଏହି ଘଟଣା ପରେ ୧୦୮ ଆମ୍ୱୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଗାଁକୁ ରାସ୍ତା ନ ଥିବାରୁ ତାହା ଅଧା ବାଟରେ ଅଟକି ରହିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ କାମାକ୍ଷାନଗର ବ୍ଲକ ରାୟ ନରସିଂହପୁର ଗାଁରେ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି।  ସେ ହେଲେ ଦିବ୍ୟେନ୍ଦୁ ଦାସ।  ଘରୁ ବାହାରୁ ଥିବା ସମୟରେ ତାଙ୍କ ଉପରେ କାନ୍ଥ ପଡ଼ି ଯିବା ଫଳରେ ଏହି ଅଘଟଣ ଘଟିଥିଲା।

ଆହୁରି ପଢ଼ନ୍ତୁ

You might also like