ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡାମାଡ଼ ଘଟଣାରେ ଜଣେ ଗିରଫ
ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ବା ଚିତାଭସ୍ମ ଶୋଭଯାତ୍ରା ବେଳେ ଅଣ୍ଡାମାଡ଼ ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଛି । ତାଙ୍କ ନାଁ ଦୀପକ ମହାପାତ୍ର।
ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗତ ୨୩ ତାରିଖ ଦିନ ବାଜପେୟୀଙ୍କ ଅସ୍ଥିକଳସ ଶୋଭାଯାତ୍ରା ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଚନ୍ଦନପୁରଠାରେ ବିଜେଡି ଯୁବ ବାହୀନୀର ଜଣେ କର୍ମୀ ଶୋଭାଯାତ୍ରାକୁ ଅଣ୍ଡାମାଡ଼ କରିଥିବା ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡ଼ା ଅଭିଯୋଗ କରିଥିଲେ। ଏନେଇ ସେମାନେ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।