ଓଜେଇଇ ପରୀକ୍ଷାଫଳ ପ୍ରକାଶିତ

ଭୁବନେଶ୍ୱର: ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏଗ୍‌ଜାମିନେସନ ବା ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇଛି।। ଏଥିରେ MBA, MCA, M.TECH ଆଦି ୧୨ଟି ବିଭାଗରେ ମୋଟ ୪୨, ୨୮୮ ଜଣ ପିଲା ପରୀକ୍ଷା ଦେଇଥିଲେ । ପ୍ରକାଶିତ ପରୀକ୍ଷାଫଳରେ ମୋଟ ୪୨,୨୮୩ ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି।

MBAରେ ଶୁଭ୍ରଜିତ ପଣ୍ଡା ଟପ୍ପର ହୋଇଥିବା ବେଳେ MCA ରେ ବିପ୍ଳବ ସାମନ୍ତରାୟ ଟପ୍ପର ହୋଇଛନ୍ତି। ଶୁଭମ ବି.ଫାର୍ମରେ ଟପ୍ପର ହୋଇଥିବା ବେଳେ ତନୁଶ୍ରୀ ବେହେରା ଇଣ୍ଟିଗ୍ରେଟେଡ୍ ଏମ୍‌ବିଏରେ ଟପ୍ପର ହୋଇଛନ୍ତି। ସେହିଭଳି M.TECHରେ ସୌମ୍ୟବ୍ରତ ବାନାର୍ଜୀ ଓ ଏମ୍‌ଫାର୍ମରେ ବିଦିଶା ବିଶ୍ୱାସ ଟପ୍ପର ହୋଇଛନ୍ତି।

ଆହୁରି ପଢ଼ନ୍ତୁ

You might also like