‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାର ରେଡ୍ ସିଗ୍‌ନାଲ୍‌

ଭୁବନେଶ୍ୱର : ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାର ରେଡ୍ ସିଗନାଲ୍। ଯୋଜନାରେ ସାମିଲ ହେବାକୁ ସଫସଫା ମନାକଲେ ରାଜ୍ୟ ସରକାର। ଯୁକ୍ତି ରଖିଛନ୍ତି, ରାଜ୍ୟ ଦାବିକୁ କେନ୍ଦ୍ର ଗ୍ରହଣ କରିନଥିବାରୁ କେନ୍ଦ୍ର ସହ ଏମ୍ଓୟୁ କରିବେ ନାହିଁ। ସୋସିଓ ଇକୋନୋମିକ୍ କାଷ୍ଟ ସେନ୍‌ସସ୍-୨୦୧୧ ଅନୁସାରେ ‘ଆୟୁଷ୍ମାନ ଭାରତ’ ଯୋଜନାରେ ରାଜ୍ୟର ୬୧ ଲକ୍ଷ ପରିବାର ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସ୍ଥିର କରିଥିଲା।

ଓଡ଼ିଶାର ଦାବି ଥିଲା ୭୦ ଲକ୍ଷ ପରିବାରକୁ ସାମିଲ କରାଯାଉ। ଯାହାକୁ କେନ୍ଦ୍ର ଗ୍ରହଣ କରିନଥିଲା। ତାସହ ‘ଆୟୁଷ୍ମାନ ଭାରତ’ ଯୋଜନା କେବେଠୁ କାର୍ଯ୍ୟକାରୀ ହେବ ସେନେଇ ତାରିଖ ଧାର୍ଯ୍ୟ ହୋଇ ନାହିଁ ବୋଲି ରାଜ୍ୟ କହିଛି। ତାସହ ଯୁକ୍ତି ରଖିଛନ୍ତି ରାଜ୍ୟ ସରକାର ଘୋଷଣା କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ‘ଆୟୁଷ୍ମାନ ଭାରତ’ ଠାରୁ ଅଧିକ ସୁବିଧା ରହିଛି। ବିଜେପି କିନ୍ତୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି।

ପ୍ରଶ୍ନ ଉଠୁଛି କାହିଁକି ‘ଆୟୁଷ୍ମାନ ଭାରତ’ ଯୋଜାନକୁ ନା କହିଲେ ରାଜ୍ୟ ସରକାର? ବିଜେପି ଏହି ଯୋଜନାରୁ କାଳେ ଅଧିକ ମାଇଲେଜ୍ ନେଇଯିବ ସେଇ ଭୟରେ ମନା କଲେ କି ?  ଅନ୍ୟପକ୍ଷରେ ‘ଆୟୁଷ୍ମାନ ଭାରତ’କୁ ମନା କରିବା ପରେ ଓଡ଼ିଶା, ଏ ବାବଦ  କେନ୍ଦ୍ରୀୟ ଅନୁଦାନ ପାଇବାରୁ ବଞ୍ଚିତ ହେବ, ତାସହ ନିଜସ୍ୱ ଯୋଜନା ପାଇଁ ରାଜ୍ୟ ରାଜକୋଷ ଉପରେ ଅଧିକ ବୋଝ ପଡ଼ିବ।

ସବୁଠାରୁ ବଡ଼ ପ୍ରଶ୍ନ ହେଲା- ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅନେକ ଅଂଚଳରେ ଦୁର୍ବଳ ରହିଛି। ସେସବୁ ଅଂଚଳରେ ଲୋକଙ୍କୁ ଯୋଜନାରୁ କେତେ ଲାଭ ମିଳିବ? ତେବେ କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ରକୁ କଡ଼ା ସମାଲୋଚନା କରିବା ସହିତ କହିଛି ଭୋଟ୍ ପାଇଁ ଏସବୁ ଯୋଜନା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାଢ଼େ ୩ କୋଟି ଲୋକଙ୍କୁ ସାମିଲ କରି ବିଜେଡି ନିଜର ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଷ୍ଟ୍ରାଟେଜି କରିଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ

ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ

ଇନ୍‌ଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ରାଜଧାନୀରେ ଚାଞ୍ଚଲ୍ୟ: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

You might also like