ଆଗରୁ ନା, ଏବେ ହଁ : ମୋଦିଙ୍କ ପ୍ରଭାରୀ ଅଫିସରଙ୍କୁ ନେଇ ରାଜ୍ୟ ସରକାରଙ୍କ ୟୁ ଟର୍ଣ୍ଣ

ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସରଙ୍କୁ ନେଇ ବାଦବିବାଦପରେ ନବୀନ ସରକାର ନେଲେ ୟୁଟର୍ଣ୍ଣ। ଏବେ କିଛି ସର୍ତ୍ତ ରଖି ରାଜ୍ୟ ସରକାର, ପ୍ରଭାରୀ ଅଫିସର ପ୍ରସ୍ତାବକୁ ଗ୍ରୀନ୍‌ ସିଗ୍‌ନାଲ୍ ଦେଇଛନ୍ତି। ସଂଶୋଧିତ ପ୍ରସ୍ତାବ ନୀତି ଆୟୋଗ ପାଖକୁ ପଠାଯାଇଛି। ଆଉ ଏସବୁ ସର୍ତ୍ତ ଗ୍ରହଣ ହେଲେ ମୋଦୀଙ୍କ ପ୍ରଭାରୀ ଅଫିସର୍ କାର୍ଯ୍ୟକ୍ରମରେ ଓଡ଼ିଶା ସାମିଲ ହେବ। କେନ୍ଦ୍ର ତାଲିକାରେ ଥିବା ଓଡ଼ିଶାର ୮ ପଛୁଆ ଜିଲ୍ଲା ତାଲିକାରେ ସାମନ୍ୟ ପରିବର୍ତ୍ତନ କରିଛନ୍ତି।

ରାଜ୍ୟ ଢେଙ୍କାନାଳକୁ ବାଦ ଦେଇ ଆଦିବାସୀ ବହୁଳ ନୂଆପଡା ଓ ନବରଙ୍ଗପୁରକୁ ସାମିଲ କରିବା ପାଇଁ ରାଜ୍ୟ ସର୍ତ୍ତ ରଖିଛି। ଆଉ ଏକ ସର୍ତ୍ତ ହେଉଛି ପଛୁଆ ଜିଲ୍ଲା ପାଇଁ କେନ୍ଦ୍ର ନିଯୁକ୍ତ କରିଥିବା ପ୍ରଭାରୀ  ଅଫିସରଙ୍କ ସହ ରାଜ୍ୟ ସରକାର ନିଯୁକ୍ତ କରିଥିବା ସଚିବ ସ୍ତରର ଅଫିସର୍ ମିଶି କାମ କରିବେ। କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ। ଏହି ଯୋଜନା ପାଇଁ ସ୍ୱତନ୍ତ୍ର ଫଣ୍ଡ ରଖାଯାଉ। ତାହା ସହ ପଛୁଆ ଅଂଚଳ ପାଇଁ କେନ୍ଦ୍ର କାଟି ଦେଇଥିବା ଅନୁଦାନ ଦିଆଯାଉ ବୋଲି ବି ରାଜ୍ୟ ସରକାର ଦାବି କରିଛନ୍ତି।

ଏସବୁ ଭିତରେ ପ୍ରଶ୍ନ। କାହିଁକି ବଦଳିଲା ରାଜ୍ୟ ସରକାରଙ୍କ ଆଭିମୂଖ୍ୟ। ରାଜ୍ୟ ଉପରେ ଚାପ ପଡିଲା କି ?  ଓଡିଶା ସମେତ ଆଉ ଦୁଇଟି ରାଜ୍ୟ ଏହାକୁ ବିରୋଧ କରୁଥିବାରୁ କିଛି ଭୁଲ୍ ବାର୍ତ୍ତା ଯିବା ଆଶଙ୍କାରେ ରାଜ୍ୟ ନିଷ୍ପତ୍ତି ପରିବର୍ତ୍ତନ କଲା କି ? ଏହି କାର୍ଯ୍ୟକ୍ରମରୁ ବିଜେପି ରାଜନୈତିକ ଫାଇଦା ଯେମିତି ନନେବ ସେଥିପାଇଁ ହିଁ ନିଜର ସର୍ତ୍ତ ରଖିବାକୁ ରାଜ୍ୟ ସରକାର ସ୍ଥିର କଲେ କି? ସେପଟେ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି।

୨୦୨୨ସୁଦ୍ଧା ମୋଦି ନ୍ୟୁ ଇଣ୍ଡିଆ ମିଶନର ପରିକଳ୍ପନା କରିଛନ୍ତି। ଖାସ୍ ସେଥିପାଇଁ ଦେଶର ୧୧୫ଟି ପଛୁଆ ଜିଲ୍ଲାର ବିକାଶ ପାଇଁ ଏହି ଯୋଜନା। ତେବେ ରାଜ୍ୟ ସରକାର ଏହାକୁ ବିରୋଧ କରିବା ପରେ ନିଜର ଯୋଜନା ତଦାରଖ ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକ ଅଫିସର ନିଯୁକ୍ତ କରିଛନ୍ତି।

You might also like
Comments
Loading...