ଜମିହୀନ ଚାଷୀଙ୍କୁ ସରକାର ଦେବେ ଋଣ
ଭୁବନେଶ୍ୱର: ଜମି ନଥିବା ଚାଷୀଙ୍କୁ ଋଣ ଦେବା ଲାଗି ଥିବା ବ୍ୟବସ୍ଥାକୁ କଡ଼ାକଡି ଲାଗୁ କରିବେ ସରକାର। ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ମାଧ୍ୟମରେ ଏହି ଋଣ ଦିଆଯିବ। ଏନେଇ ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପ୍ରତି ଗ୍ରୁପରେ ୫ ଜଣ ଚାଷୀ ରହିବେ। ଗ୍ରୁପ୍ ପିଛା ୫୦ ହଜାର ଟଙ୍କାର ଋଣ ଦିଆଯିବ। ପ୍ରତ୍ୟେକ ସମବାୟ ସମିତି ୧୦ଟି ଗ୍ରୁପକୁ ଋଣ ଦେବାକୁ ବାଧ୍ୟ।
ଐହାସହ ସେ ଆହୁରି କହିଛନ୍ତି, ଚଳିତ ଖରିଫ୍ ଋତୁରୁ ୧ ପ୍ରତିଶତ ସୁଧରେ ଚାଷୀମାନଙ୍କୁ ଋଣ ଯୋଗାଇ ଦିଆଯିବ।