ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏହି ଲଘୁଚାପ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ୍ ମାର୍କ ରୂପ ନେଇପାରେ। ଫଳରେ ଅାଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଅାହୁରି ଅଧିକ ବର୍ଷା ହେବ ବୋଲି ଅାଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା।
ସେହିଭଳି ଅାସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଅାଞ୍ଚଳିକ ପାଣିପାଗ ବିଭାଗ। ଏଥିପାଇଁ ଅାସନ୍ତା ୪୮ ଘଣ୍ଟା ଯାଏ ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଅାଞ୍ଚଳିକ ପାଣିପାଗ କେନ୍ଦ୍ର।
ଅାଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ , ଆଜି ସକାଳ ୮ଟା୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷାର ପରିମାଣ ଯଥାକ୍ରମେ-
ବାଲେଶ୍ୱର -୨୬.୦ ମିଲିମିଟର ବର୍ଷା
ଚାନ୍ଦବାଲି-୧୪.୩ ମିଲିମିଟର
କଟକ- ୧୩.୨ ମିଲିମିଟର
ପାରାଦୀପ-୬୭.୦ ମିଲିମିଟର
ଭୁବନେଶ୍ୱର -୪୭.୯ ମିଲିମିଟର
ଗୋପାଳପୁର-୬୬.୩ ମିଲିମିଟର
ପୁରୀ-୭୦.୦ ମିଲିମିଟର
ଅନୁଗୁଳ-୧୧.୦ ମିଲିମିଟର
ବାରିପଦା-୧୧.୦ ମିଲିମିଟର
ଝାରସୁଗୁଡ଼ା-୦୪.୨ ମିଲିମିଟର
କେନ୍ଦୁଝର -୩୦.୯ ମିଲିମିଟର
ସମ୍ବଲପୁର-୨୬.୨ ମିଲିମିଟର
ସୁନ୍ଦରଗଡ଼-୦୦ ମିଲିମିଟର
ହିରାକୁଦ-୧୧.୫ ମିଲିମିଟର
ତାଳଚେର-୩୦.୦ ମିଲିମିଟର
ଭବାନୀପାଟଣା -୧୯.୦ ମିଲିମିଟର
ବଲାଙ୍ଗିର-୩୪.୬ ମିଲିମିଟର
କୋରାପୁଟ-୨୫.୪ ମିଲିମିଟର
ଫୁଲବାଣି-୨୫.୪ ମିଲିମିଟର
ଟିଟିଲାଗଡ଼-୫୪.୦ ମିଲିମିଟର
ସୋନପୁର-୧୮.୬ ମିଲିମିଟର
ଦାରିଙ୍ଗିବାଡ଼ି-୨୮.୦ ମିଲିମିଟର