ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶିକ୍ଷକ
ତାଳଚେର : ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶିକ୍ଷକ। ଅନୁଗୁଳ ଜିଲ୍ଲା ତାଳଚେର ITI କଲେଜରୁ ଆସିଛି ଏଭଳି ଅଭିଯୋଗ। ଆଜି ପୂର୍ବାହ୍ନରେ କିଛି ଛାତ୍ର ବସି କଥା ହେଉଥିବା ବେଳେ ଶିକ୍ଷକ ବାଡିରେ ପିଟିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ମାଡ଼ ପ୍ରତିବାଦରେ କଲେଜ ଗେଟ୍ରେ ତାଲା ପକାଇ ଧାରଣା ଦେଇଛି ତାଳଚେର ଯୁବ ଛାତ୍ର ସଂଗଠନ।
ମାଡ଼ ମାରିଥିବା ଶିକ୍ଷକଙ୍କ ବିରୋକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଅନଲାଇନ ପରୀକ୍ଷା ପରିବର୍ତ୍ତେ ପୂର୍ବପରି ପରୀକ୍ଷା କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। କଲେଜ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।