ଖରାପ ରେଜଲ୍ଟ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା

ଯାଜପୁର : ମାଟ୍ରିକ ପରୀକ୍ଷାରେ ଖରାପ ରେଜଲ୍ଟକୁ ନେଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ। ଏଭଳି ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲା  ବରୀରେ। ମୃତ ଛାତ୍ରଙ୍କ ନାଁ ପଦ୍ମଲୋଚନ ମଲିକ।

ଅଭିଯୋଗ ଅନୁସାରେ ଆଜି ବାହାରିଥିବା ମାଟ୍ରିକ ରେଜଲ୍ଟରେ ପଦ୍ମଲୋଚନ ମୋଟ ୨୬୩ ମାର୍କ ରଖିଥିଲେ। ଏଥିରେ ମାନସିକ ଭାରସମ୍ୟ ହରାଇ ଘରେ ଥିବା କିଟ ନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଲିପୁର ଏବଂ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

You might also like