ଏକାଦଶରୁ ଚତୁର୍ଦ୍ଦଶ ସ୍ଥାନକୁ ଖସିଲା ଓଡ଼ିଶା 

ନୂଆଦିଲ୍ଲୀ : ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ରାଙ୍କିଂରେ ପୁଣି ତଳକୁ ଖସିଲା ଓଡ଼ିଶା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାରେ ୨୦୧୭ ବର୍ଷ ପାଇଁ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି।

ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ର ପ୍ରଦେଶ ଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ତେଲେଙ୍ଗାନା।  ୨୦୧୫ ମସିହାରେ ଓଡ଼ିଶା ୫୨ ପ୍ରତିଶତ ସ୍କୋର୍ ସହ ସପ୍ତମ ସ୍ଥାନରେ ଥିବା ବେଳେ ୨୦୧୬ରେ ୯୨ ପ୍ରତିଶତ ସ୍କୋର୍ ସହ ଏକାଦଶ ସ୍ଥାନକୁ ଖସିଥିଲା ।

ତେବେ ୨୦୧୭ ବର୍ଷ ପାଇଁ ପ୍ରକାଶିତ ରାଙ୍କିଂ ଅନୁସାରେ ଓଡ଼ିଶା ୯୨.୦୯ ପ୍ରତିଶତ ସ୍କୋର୍ ସହ ଚତୁର୍ଦ୍ଦଶ ସ୍ଥାନକୁ ଖସିଛି। ତେବେ ଟିକସ ପ୍ରଦାନ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା।

You might also like