ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇବା ଯୋଜନାକୁ ବିରୋଧ

ଭୁବନେଶ୍ୱର: ଯୁକ୍ତ ଦୁଇ ଫାଇନାଲ୍ ପରୀକ୍ଷାକୁ ମାତ୍ର ୬ ମାସ ବାକି ଅଛି। କିନ୍ତୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବ ନିର୍ଦ୍ଧାରିତ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇବାକୁ ଚିନ୍ତା କରୁଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ କିଛି ଅଭିଭାବକ ପରିଷଦର ଏଭଳି ଯୋଜନାକୁ ଚ୍ୟାଲେଞ୍ଜ କରି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା କମିଟି ସଦସ୍ୟ ତଥା ଡାବୁଗାଁ ବିଧାୟକ ଭୁଜବଳ ମାଝୀଙ୍କୁ ଦାବି ପତ୍ର ଦେଇଛନ୍ତି।

୨୦୧୭ରେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀ ୨୦୧୯ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ଦେବେ। ଦେଢ଼ ବର୍ଷ କାଳ ପରିଷଦ ଦ୍ୱାରା ମିଳିଥିବା ପ୍ରଶ୍ନପତ୍ର ଢାଞ୍ଚାରେ ଛାତ୍ରଛାତ୍ରୀ ମାନେ ପ୍ରସ୍ତୁତି କରିଛନ୍ତି। ଏହି ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରଶ୍ନପତ୍ର ଢାଞ୍ଚାରୁ ବାଦ୍‌ ଦିଆଯାଇ ଆସନ୍ତା ବର୍ଷରୁ ଲାଗୁ କରିବାକୁ ଅଭିଭାବକମାନେ ଯୁକ୍ତି ରଖିଛନ୍ତି। ଅପରପକ୍ଷେ ଅଭିଭାବକଙ୍କ ଏହି ଦାବିକୁ ପରୀକ୍ଷା ପରିଚାଳନା କମିଟିରେ ଗୁରୁତର ସହ ନେଇ ଆଲୋଚନା କରାଯିବ ବୋଲି କମିଟି ସଦସ୍ୟ ଭୁଜବଳ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପଟେ ପରିଷଦର କହିବା କଥା ହେଲା, ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ଲାଗି ଏଯାଏ କିଛି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ତେବେ ସିଲାବସ୍ କମିଟି ଯାହାବି କିଛି ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛି ତାହା ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ହୋଇଛି। ଏଥିରେ ଛାତ୍ରଛାତ୍ରୀ ପ୍ରଭାବିତ ହେବେନି ବୋଲି ସିଏଚ୍ଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବର୍ଷ ଆରମ୍ଭରୁ ଗୋଟିଏ ଢାଞ୍ଚାର ପ୍ରଶ୍ନପତ୍ର ଆଉ ଫାଇନାଲ୍ ବର୍ଷ ପରୀକ୍ଷାର କିଛି ମାସ ପୂର୍ବରୁ ଢାଞ୍ଚାରେ ପରିବର୍ତ୍ତନର ଯୋଜନା। ସିଏଚ୍ଏସ୍ଇର ଏହି ନୀତି ପରୀକ୍ଷା ଫଳ ଉପରେ ପ୍ରଭାବ ପକାଇବ ନାହିଁ ତ? ଏହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନ ଉଠାଇଛି।

(ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ)

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like