ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ ଅସୁସ୍ଥ

କୋରାପୁଟ : ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ ଅସୁସ୍ଥ। କମଳାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହେବାକୁ ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

କମଳା ଅଣ୍ଟା, ପେଟ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା ଜଣାପଡିଛି। ସପ୍ତାହେ ତଳେ ନିଜ ଘରେ ପଡ଼ି ଯାଇଥିଲେ କମଳା। ଆବଶ୍ୟକ ହେଲେ କମଳାଙ୍କୁ ଅଧିକ ଚକିତ୍ସାଲାଗି ବାହାରକୁ ପଠାଯିବ ବୋଲି କୋରାପୁଟ ସିଡିଏମ୍ଓ ସୂଚନା ଦେଇଛନ୍ତି।