ଡାକ୍ତର ନୁହେଁ ସେ ଦ୍ୱିତୀୟ ଈଶ୍ୱର, ବିଦାୟ ଦେଲାବେଳେ କାନ୍ଦୁଛି ଗାଁ

ନବରଙ୍ଗପୁର: କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଆଉ ସେହିଭଳି ଈଶ୍ୱରୀୟ ଗୁଣ ଥିବା ଜଣେ ଡାକ୍ତରଙ୍କୁ ଆଜି ଝୁରୁଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଁ। ସେ ହେଉଛନ୍ତି ଡାକ୍ତର କିଶୋର ଚନ୍ଦ୍ର ଦାସ। ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ସେ ଯେ କେବଳ ରୋଗୀସେବା କରୁଥିଲେ ତାହା ନୁହେଁ। ପ୍ରଶାସନିକ ଦକ୍ଷତା, ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ, ସ୍ୱାସ୍ଥ୍ୟକର ପରିବେଶ ପାଇଁ ଗଠନ ମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଥିଲେ। ଏଥିପାଇଁ ସେ ଅଞ୍ଚଳରେ ସେ ଖୁବ୍‌ ଲୋକପ୍ରିୟ ହୋଇ ଯାଇଥିଲେ। ଏହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା।

ଜଣେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ହୋଇଥିଲେ ହେଁ, ନିଜ ରୁମ୍‌ରେ ଏସି ନ ଲଗାଇ, ଡେଲିଭରି ରୁମ, ଅପରେସନ ଥିଏଟର, ଲେବର ରୁମରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରିଥିଲେ। କୌଣସି ମୂହୁର୍ତ୍ତରେ ବି ନିଃସଙ୍କୋଚରେ ସେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଡାକ୍ତରୀ ସେବା ପ୍ରଦାନ କରିବାର ସମସ୍ତ ଦକ୍ଷତା ତାଙ୍କ ପାଖରେ ରହିଥିଲା। ସମସ୍ତଙ୍କୁ ଆପଣାର କରି ସ୍ଥାନୀୟ ଲୋକଙ୍କ ପାଇଁ କିଶୋର ପାଲଟି ଯାଇଥିଲେ ଦ୍ୱିତୀୟ ଈଶ୍ୱର।

ହେଲେ ଉଚ୍ଚ ଶିକ୍ଷାପାଇଁ କିଶୋରଙ୍କୁ ନିଜ କର୍ମକ୍ଷେତ୍ର ଛାଡ଼ିବାକୁ ପଡ଼ିଛି। ଡାକ୍ତରବାବୁ ଗାଁ ଛାଡ଼ି ଚାଲିଯିବେ ବୋଲି ଭାବବିହ୍ୱଳ ହୋଇପଡ଼ିଛି ପୂରା ଅଞ୍ଚଳ। ପ୍ରିୟ ଡାକ୍ତରବାବୁଙ୍କୁ ବିଦାୟ ଦେବା ସମୟରେ ତେନ୍ତୁଳିଖୁଣ୍ଟି ଗାଁର ପ୍ରତ୍ୟେକ ଲୋକଙ୍କ ଆଖିରୁ ଝରୁଥିଲା ଲୁହ।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

You might also like