ସିବିଆଇ ସ୍କାନରରେ ସୂର୍ଯ୍ୟଙ୍କ ପୁଅ
ଭୁବନେଶ୍ୱର : ଚିଟ୍ଫଣ୍ଡ ଲିଙ୍କ୍ ନେଇ ସିବିଆଇ ସ୍କାନରରେ ମନ୍ତ୍ରୀଙ୍କ ପୁଅ। ଅର୍ଥତତ୍ୱ ଲିଙ୍କ୍ରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡ଼ିଛି। ବିପ୍ଲବ ନିଜ ଅଫିସରେ ଲଗାଇଥିବା ଏକାଧିକ କଂପୁଟରର ବିଲ୍ ଅର୍ଥତତ୍ୱ ଆକାଉଣ୍ଟରୁ ପୈଠ ହୋଇଥିବା CBI ସୁରାକ ପାଇଥିଲା। ଏହାପରେ ସିବିଆଇ ଅଧିକାରୀ ତାଙ୍କ ଅଫିସ୍କୁ ଯାଇ ଯାଞ୍ଚ କରିବା ସହ ହାଜର ହେବା ଲାଗି ସମନ କରିଥିଲେ।
ଅନ୍ୟପକ୍ଷରେ ଜଣେ ପ୍ରତିଷ୍ଠିତ ବିଲ୍ଡର ଓ ହୋଟେଲ ମାଲିକଙ୍କୁ ମଧ୍ୟ ସିବିଆଇ ଜେରା କରିଥିବା ସୂଚନା ମିଳିଛି। ତେବେ ଏନେଇ ବିପ୍ଳବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେହିପରି କ୍ୟାମେରା ଆଗରେ ମୁହଁ ଖୋଲିନଥିଲେ ମଧ୍ୟ ସେମିତି କିଛି ହୋଇନଥିବା ମନ୍ତ୍ରୀ ସୂର୍ଯ୍ୟପାତ୍ର କହିଛନ୍ତି ।