ଓଡ଼ିଶାରେ ଆରମ୍ଭ ହେବ ‘ଓଡ଼ିଶା ମିଲେଟ୍ ମିଶନ’

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବ ‘ବାଜରା ମିଶନ୍’। ରାଜ୍ୟରେ ‘ଓଡ଼ିଶା ମିଲେଟ୍ ମିଶନ’  ଆରମ୍ଭ ହେବା ନେଇ ଆଜି ବିଧିବଦ୍ଧ ଭାବେ ପ୍ୟାକେଜ୍ ଘୋଷଣା ହୋଇଛି। ଆଦିବାସୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଦିବାସୀମାନେ ଚାଷ କରୁଥିବା ବାଜରା ପାଇଁ ଏହି ପ୍ୟାକେଜ୍‌ରେ ପ୍ରୋତ୍ସାହନ ରହିବ। ବାଜରା ଚାଷ ପାଇଁ ଆସନ୍ତା ବର୍ଷ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା। ଯାହାଦ୍ୱାରା ଉପକୃତ ହେବେ ୫ ଲକ୍ଷ ଚାଷୀ ଆଦିବାସୀଙ୍କ ସହ ଢିପ ଅଞ୍ଚଳର ବିକାଶ ଏହି ଯୋଜନାରେ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ବର୍ଷ ଏହି ରାଶିକୁ ବଢ଼ାଯିବ ବୋଲି ସୂଚନା ଦେଇଛନ୍ତି ସେ।

ଦେଖନ୍ତୁ ଏହି ଭିଡ଼ିଓ-

You might also like