ରାଜ୍ୟ ପାଇଁ ମହାବିପତ୍ତି ସାଜିଛି ବଜ୍ରାଘାତ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ବଜ୍ରାଘାତ ବିପତ୍ତି। ଗତ ୩ ଦିନରେ ୧୮ ଜଣଙ୍କ ଜୀବନ ନେଇଛି ଘାତକ ବଜ୍ରାଘାତ। ସେହିପରି ୨୨ ମେ’ରୁ ଅର୍ଥାତ୍ ଗତ ୨୨ ଦିନରେ ଯାଇଛି ୪୦ ଜୀବନ। ବଜ୍ରାଘାତ ନେଇ ଏମିତି କିଛି ଘଟଣା ଏବେ ରାଜ୍ୟରେ ଦୁଃଖଦ ମୁହୂର୍ତ୍ତ ପାଲଟିଛି। କୁନି ଝିଅକୁ କହିଯାଇଥିଲେ ଘରକୁ ଫେରିଲା ବେଳେ ପକୁଡି ଆଣିଦେବି। ହେଲେ ପକୁଡି ଆଣିବେ କଣ ନିଜେ ଫେରିଲେନି। ବାଟରେ ବଜ୍ରାଘାତ ନେଇଗଲା ସୁନ୍ଦରଗଡ଼ ଶଙ୍କରାବାହଲ ଗାଁର  ସୁମନ୍ତ ଗୌଡ଼ଙ୍କ ଜୀବନ। କେବଳ ସୁମନ୍ତ ନୁହଁନ୍ତି, ଭାଇ ସୁଶାନ୍ତ ଓ ଅନ୍ୟ ଜଣେ ଯୁବକଙ୍କର ବଜ୍ରାଘାତରେ ଗତକାଲି ଅକାଳ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ।

ସୁମନ୍ତ ଓ ସୁଶାନ୍ତଙ୍କ ସହ ଆଉ କିଛି ଯୁବକ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ। ତେବେ ହଠାତ୍ ବର୍ଷା ଓ ପବନ ହେବାରୁ ସେମାନେ ଏକ ଗଛମୂଳକୁ ଚାଲିଯାଇଥିଲେ। ଏହି ସମୟରେ ବଜ୍ରାଘାତ ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। କିଛି ଦିନ ହେବ ରାଜ୍ୟରେ ଏଭଳି ବଜ୍ରାଘାତ ମୃତ୍ୟୁ ବଢିଚାଲିଛି। ଗତ ୮ ତାରିଖରେ କେନ୍ଦ୍ରାପଡା କୋରତନାର ଗାଁରେ ୩ ଜଣ ଯୁବକଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ। ଯୁବକମାନେ ପିଣ୍ଡାରେ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା।

ଗତ କିଛି ଦିନ ହେବ ରାଜ୍ୟରେ ମହାବିପତ୍ତି ଭାବେ ଉଭା ହୋଇଛି ବଜ୍ରାଘାତ। ଗତବର୍ଷ ବଜ୍ରାଘାତରେ ରାଜ୍ୟରେ ୪୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବର୍ଷ ଏଯାଏଁ ୧୦୧ ଜଣଙ୍କ ଜୀବନ ଗଲାଣି। ସେହିପରି ଏପ୍ରିଲ ୨୦୧୦ରୁ ଏପର୍ଯ୍ୟନ୍ତ ୨ ହଜାର ୯୬୩ ଜଣଙ୍କ ଜୀବନ ନେଇଛି ଘାତକ ବଜ୍ରାଘାତ। ଯାହା  ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏହି ପ୍ରାକୃତିକ ଦୁର୍ବିପାକକୁ କିଭଳି ପ୍ରତିହତ କରି ହେବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଲୋକଙ୍କୁ ବଜ୍ରାଘାତ ସଂପର୍କରେ ଆଗୁଅ ସୂଚନା ପ୍ରଦାନ ଲାଗି ଲାଇଟ୍‌ନିଂ ସେନସର୍ ଲଗାଇବା ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଏକ ଆମେରିକୀୟ କଂପାନି ସହ  ଖୁବ୍ ଶୀଘ୍ର ଏମ୍ଓୟୁ କରିବେ ରାଜ୍ୟ ସରକାର। ଏହା ସାହାଯ୍ୟରେ ମୋବାଇଲ୍ ମେସେଜ ଓ ସୋସିଆଲ ମିଡିଆରେ ବଜ୍ରାଘାତ ସଂପର୍କରେ ପ୍ରାକ୍ ସୂଚନା ଦେବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ସତର୍କ କରାଇ ହେବ। ସେହିପରି ଉଚ୍ଚ କୋଠା, ମନ୍ଦିର, ବାତ୍ୟା ଆଶ୍ରୟସ୍ଥଳରେ ଲାଇଟ୍‌ନିଂ ଆରେଷ୍ଟର ଲଗାଇବାକୁ ଯୋଜନା ରହିଛି।

ଆହୁରି ପଢ଼ନ୍ତୁ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

You might also like